ହରିୟାଣା : ଫ୍ୟାକ୍ଟ୍ରିରେ ବଏଲର ବିସ୍ଫୋରଣ, ୧୦୦ କର୍ମଚାରୀ ଆହତ

ହରିୟାଣାର ରେୱାରୀରେ ଥିବା ଏକ କାରଖାନାର ବଏଲର ବିସ୍ଫୋରଣରେ ଅତିକମରେ ୧୦୦ କର୍ମଚାରୀ ଆହତ ହୋଇଛନ୍ତି । ଏହି କମ୍ପାନୀରେ ହିରୋର ସ୍ପେୟାର ପାର୍ଟସ ତିଆରି କରାଯାଉଥିଲା । ଉଦ୍ଧାରକାରୀ ଦଳ ଆହତ କର୍ମଚାରୀଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରିଛନ୍ତି ।

ହରିୟାଣାର ରେୱାରୀରେ ଥିବା ଏକ କାରଖାନାର ବଏଲର ବିସ୍ଫୋରଣରେ ଅତିକମରେ ୧୦୦ କର୍ମଚାରୀ ନିଆଁରେ ଆହତ ହୋଇଛନ୍ତି । ଘଟଣାଟି ଧାରୁହେରା ଅଞ୍ଚଳରେ ଥିବା ଲାଇଫ ଲଙ୍ଗ ଫ୍ୟାକ୍ଟ୍ରିରେ ହୋଇଛି । ବିସ୍ଫୋରଣର ସଠିକ୍‌ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଶନିବାର ସନ୍ଧ୍ୟା ୭ଟା ସମୟରେ ବିସ୍ଫୋରଣ ହୋଇଥିବା ପୋଲିସ କହିଛି ।

ଏହି କମ୍ପାନୀରେ ହିରୋର ସ୍ପେୟାର ପାର୍ଟସ ତିଆରି କରାଯାଉଥିଲା । ଉଦ୍ଧାରକାରୀ ଦଳ ଆହତ କର୍ମଚାରୀଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ସିଭିଲ୍ ସର୍ଜନ ଡ଼.ସୁରେନ୍ଦର ଯାଦବଙ୍କ କହିଛନ୍ତି, ଆମେ ଡାକ୍ତରଖାନାଗୁଡ଼ିକୁ ସତର୍କ କରାଇ କାରଖାନାକୁ ଆମ୍ବୁଲାନ୍ସ ପଠାଇଛୁ । ଗୁରୁତରଙ୍କୁ ଆବଶ୍ୟକତା ପଡିଲେ ସ୍ଥାନାନ୍ତର କରାଯିବ ।

ଖବର ମୁତାବକ, ରାତି ପ୍ରାୟ ୭ ଟାରେ ‘ଲାଇଫ୍ ଲଙ୍ଗ୍ କାରଖାନା’ରେ ଏହି ବିସ୍ଫୋରଣ ହୋଇଥିଲା । ଆହତମାନଙ୍କୁ ହସ୍ପିଟାଲର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଦମକଳ ବାହିନୀ ଓ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.