Overthinkingର କୁପ୍ରଭାବ: ଜାଣନ୍ତୁ କିପରି ବନ୍ଦ କରିବେ Overthinking

ଆଜିକାଲି ପ୍ରାୟ ସମସ୍ତଙ୍କ ଠାରେ ଓଭରଥିଙ୍କିଙ୍ଗର ସମସ୍ୟା ଦେଖିବାକୁ ମିଳୁଛି । ଆଜିକାଲିର ଦୁନିଆ ଯେଭଳି ହେଲାଣି ଶାନ୍ତିରେ ରହିବା ଲୋକ ବହୁତ କମ ଦେଖିବାକୁ ମିଳୁଛନ୍ତି । ଓଭରଥିଙ୍କିଙ୍ଗ ଏକ ମଣିଷକୁ ଭିତରୁ ଖାଲି କରିଦିଏ । ବୈଜ୍ଞାନିକଙ୍କ ମତ ଅନୁଯାୟୀ ଏହାଦ୍ୱାରା ମଣିଷର କ୍ରିଏଟିଭିଟି ମଧ୍ୟ କମିଯାଇଥାଏ ।

ଆଜିକାଲି ପ୍ରାୟ ସମସ୍ତଙ୍କ ଠାରେ ଓଭରଥିଙ୍କିଙ୍ଗର ସମସ୍ୟା ଦେଖିବାକୁ ମିଳୁଛି । ଆଜିକାଲିର ଦୁନିଆ ଯେଭଳି ହେଲାଣି ଶାନ୍ତିରେ ରହିବା ଲୋକ ବହୁତ କମ ଦେଖିବାକୁ ମିଳୁଛନ୍ତି । ଓଭରଥିଙ୍କିଙ୍ଗ ଏକ ମଣିଷକୁ ଭିତରୁ ଖାଲି କରିଦିଏ । ଯେଉଁ ଲୋକମାନେ ସବୁବେଳେ କିଛି ନା କିଛି ଭାବୁଥାନ୍ତି ଅର୍ଥାତ ସରଳ ଭାଷାରେ ଯେଉଁମାନେ ଓଭରଥିଙ୍କିଙ୍ଗ କରନ୍ତି ଏହା ସେମାନଙ୍କ ଜୀବନକୁ ବର୍ବାଦ କରିଦେଇଥାଏ । ବୈଜ୍ଞାନିକଙ୍କ ମତ ଅନୁଯାୟୀ ଯେଉଁ ଲୋକମାନେ ଓଭରଥିଙ୍କିଙ୍ଗ ନକରି ସଧାରଣ ଭାବରେ ବିଚାର କରନ୍ତି ସେମାନଙ୍କ ବ୍ରେନ ଅଧିକ ଭଲରେ ଚାଲିଥାଏ ଏବଂ ଯେଉଁମାନେ ଅଧିକ ଭାବନ୍ତି ସେମାନଙ୍କ IQ ଲେବଲ କମ ହୋଇଯାଇଥାଏ । ଯଦି ଆପଣ ଏକ ସ୍ଟୁଡେଣ୍ଟ ତେବେ ଆପଣଙ୍କୁ ନିଜ ସ୍କୁଲର ଚିନ୍ତା ଲାଗି ରହିଥାଏ ସେହିଭଳି ଯଦି ଜଣେ ଚାକିରୀ କରୁଛି ତାକୁ ସବୁବେଳେ ନିଜ ଚାକିର ଚିନ୍ତା ଘାରିଥାଏ । ଆଉ ଏହିସବୁ ଜିନିଷ ଯୋଗୁଁ ସବୁବେଳେ ଆପଣଙ୍କ ମୁଣ୍ଡରେ କିଛି ନ କିଛି ଚାଲିଥାଏ । ଓଭରଥିଙ୍କିଙ୍ଗ ଆପଣଙ୍କ ବିଚାରଧାରକୁ ଦୁର୍ବଳ କରିଦେଇଥାଏ ।

ବୈଜ୍ଞାନିକଙ୍କ ମତ ଅନୁଯାୟୀ ଏହାଦ୍ୱାରା ମଣିଷର କ୍ରିଏଟିଭିଟି ମଧ୍ୟ କମିଯାଇଥାଏ । ତେବେ ଏଭଳି ଓଭରଥିଙ୍କିଙ୍ଗର ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ଏଭଳି ଏକ କାହାଣୀ କହିବାକୁ ଯାଉଛୁ ଯାହା ଆପଣଙ୍କ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇଦେବ । ହାରି ହୌଡିନି ନାମକ ଜଣେ ଯାଦୁଗର ଥିଲେ । ଯିଏ ଦାବି କରୁଥିଲେ ଯେ ତାଙ୍କୁ ଯଦି ଜେଲରେ ଭର୍ତ୍ତି କରିଦିଆଯାଏ ତେବେ ସେ ଏକ ଘଣ୍ଟା ମଧ୍ୟରେ ଜେଲର ତାଲା ଭାଙ୍ଗି ବାହାରକୁ ଆସିଯିବେ । ଏହା ପରେ ଜେଲରେ ଥିବା ଜେଲରମାନେ ତାଙ୍କୁ ଜେଲରେ ଭର୍ତ୍ତି କରିଥିଲେ ଏବଂ ଆଶ୍ଚର୍ଯ୍ୟଜନକ ଭାବେ ପ୍ରତିଥର ଜେଲରୁ ବାହାରି ଆସୁଥିଲେ ସେ ବି ବିନା ଚାବିରେ । ତେବେ ସେ ନିଜ ପାଖରେ ସବୁବେଳେ ଏକ ଷ୍ଟିଲର ୱାୟାର ରଖୁଥିଲେ ।

କିନ୍ତୁ ଏକ ଷ୍ଟିଲ ୱାୟାରରେ ଜେଲର ସମସ୍ତ ତାଲା ଖୋଲିପାରିବା ଅସମ୍ଭବ । ତେବେ ନିଜର ଏହି ଯାଦୁଗରୀ ଯୋଗୁଁ ହୌଡିନି ବହୁତ ଫେମସ ହୋଇଯାଇଥିଲେ । ତେବେ ଏହି ସବୁ କଥା ଶୁଣିବା ପରେ ଗୋଟିଏ ଦିନ ଜଣେ ବ୍ୟକ୍ତି ଆସି ହୌଡିନିଙ୍କୁ ଚ୍ୟାଲେଞ୍ଜ ଦେଲା ଯେ ସେ ତାଙ୍କୁ ଦୁନିଆର ସବୁଠାରୁ ଭୟଙ୍କର ଜେଲରେ ରଖିବେ ଏବଂ ତାଙ୍କୁ ଏହି ଜେଲ ଖୋଲି ୧ ଘଣ୍ଟା ମଧ୍ୟରେ ବାହାରକୁ ଆସିବାକୁ ହେବ । ସେହି ସମୟରେ ହୌଡିନି ବହୁତ ଫେମସ ହେବା କାରଣରୁ ତାଙ୍କ ଯାଦୁଗରୀ ଦେଖିବା ପାଇଁ ଏକ ଇଭେଣ୍ଟ ମଧ୍ୟ ଆୟୋଜନ କରାଯାଇଥିଲା ଏବଂ ହୌଡିନିଙ୍କ ଯାଦୁ ଦେଖିବା ପାଇଁ ଜମିଲା ଲୋକଙ୍କ ଭିଡ଼ । ଆଉ ଏହି ଜେଲ ଭିତରକୁ ଯିବା ସମୟରେ ସିକ୍ୟୁରିଟି ଗାର୍ଡ ହୌଡିନିଙ୍କ କାନରେ କହିଲା ଏହା ଦୁନିଆର ସବୁଠାରୁ ଭୟଙ୍କର ଜେଲ ଯାହାକୁ ଖୋଲିବା ଅସମ୍ଭବ । ଏହା ପରେ ହୌଡିନିଙ୍କ ଆତ୍ମବିଶ୍ୱାସ ଟିକେ କମିଗଲା । କିନ୍ତୁ ଯେହେତୁ ସେ ପୂର୍ବରୁ ଅନେକ ଜେଲ ଖୋଲି ବାହାରକୁ ଆସିଥିଲେ ତେଣୁ ସେ ଭାବିଲେ ସେ ଏହି ଜେଲ ଖୋଲି ମଧ୍ୟ ବାହାରକୁ ଆସିଯିବେ ।

ଏହାପରେ ହୌଡିନି ନିଜ ଷ୍ଟିଲ ୱାୟର ବାହାର କରି ଏହି ଲକ ଖୋଲିବାକୁ ଚେଷ୍ଟା କରିଲେ ହେଲେ ସେ ଜେଲର ଲକଙ୍କୁ ଅନେକ ଚେଷ୍ଟା ପରେ ମଧ୍ୟ ଖୋଲିପାରିଲେ ନାହିଁ । କାରଣ ତାଙ୍କ ମୁଣ୍ଡରେ ଚାଲିଥିଲା ଏହା ଦୁନିଆର ସବୁଠାରୁ ଭୟଙ୍କର ଜେଲ ଆଉ ସେ ଏହାକୁ ଖୋଲି ପାରିବେ ନାହିଁ । ଘଣ୍ଟା ପରେ ଘଣ୍ଟା ବିତିଚାଲିଲା ହେଲେ ହୌଡିନି ଏହାକୁ ଖୋଲିପାରିଲେ ନାହିଁ । ଏହା ପରେ ସେ ବହୁତ ଜୋରେ ରାଗିଯାଇ ହାତରେ ଜେଲର ଦ୍ୱାରକୁ ଧକ୍କା ଦେଲେ ଆଉ ଏହା ଖୋଲିଗଲା । ତାପରେ ସେ ଜାଣିଲେ ଯେ ଏହା ଲକ ହିଁ ହୋଇନଥିଲା । କିନ୍ତୁ ତାଙ୍କ ଓଭରଥିକିଙ୍ଗ ଯୋଗୁଁ ତାଙ୍କ ମୁଣ୍ଡରେ ଚାଲିଥିଲା ଏହା ହେଉଛି ସବୁଠାରୁ ଭୟଙ୍କର ଜେଲ ଏବଂ ଜେଲରେ ତାଲା ପଡିଥିଲା । ତେଣୁ ଏଠାରେ ତାଲା ନ ପଡ଼ିଥିଲେ ମଧ୍ୟ ସେ ଏହାକୁ ଖୋଲି ପାରିନଥିଲେ ।

ଏହି କାହାଣୀରୁ ଆପଣ ସମସ୍ତେ ଜାଣିପାରୁଥିବେ ଓଭରଥିଙ୍କିଙ୍ଗ ଆମ ପାଇଁ କେତେ ଭୟଙ୍କର । ରିପୋର୍ଟ ଅନୁଯାୟୀ ଜଣେ ବ୍ୟକ୍ତିକୁ ଗୋଟେ ଦିନରେ ୭୦ ହଜାର ଥଟ୍ସ ଆସିଥାଏ କିନ୍ତୁ ତା ଭିତରୁ ୯୫% ଅନାବଶ୍ୟକ ହୋଇଥାଏ ଆଉ ଏଥିପାଇଁ ଆମେ ହୌଡିନିଙ୍କ ଭଳି ନିଜ ପ୍ରକୃତ ଲକ୍ଷ ଉପରେ ଧ୍ୟାନ ଦେଇପାରିନଥାଉ । ଯଦି ସେଦିନ ହୌଡିନି ଓଭରଥିଙ୍କିଙ୍ଗ କରିନଥାନ୍ତେ ତେବେ ସେ ଅତି ସହଜରେ ଜାଣିପାରିଥାନ୍ତେ ଯେ ପ୍ରକୃତରେ ସେଠାରେ କୌଣସି ଲକ ହିଁ ନଥିଲା ଏବଂ ସେ ସମସ୍ତଙ୍କ ସାମ୍ନାରେ ଅପମାନିତ ହୋଇନଥାନ୍ତେ । ତେଣୁ ଆମକୁ ମଧ୍ୟ ଓଭରଥିକିଙ୍ଗରୁ ଯଥା ସମ୍ଭବ ବଞ୍ଚିବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.