Below header

ନବୋଦୟ ବିଦ୍ୟାଳୟରେ ଭର୍ତ୍ତି ପାଇଁ କରନ୍ତୁ ଆବେଦନ, ମାସକୁ ଦରମା ୧ ଲକ୍ଷରୁ ଅଧିକ

ନବୋଦୟ ବିଦ୍ୟାଳୟରେ ନନ୍‌-ଟିଚିଂ ପଦବୀରେ ଭର୍ତ୍ତି ପାଇଁ ନୋଟିସ ରିଲିଜ କରିଛି । ନୋଟିସରେ ଏବେ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି । ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ପଦବୀ ଅନୁସାରେ ଅଲଗା ଅଲଗା ରହିବ । ଏଥିପାଇଁ ନୋଟିଫିକେସନ ଚେକ୍‌ କରିପାରିବେ ।

ନବୋଦୟ ବିଦ୍ୟାଳୟରେ ନନ୍‌-ଟିଚିଂ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ନବୋଦୟ ବିଦ୍ୟାଳୟ ସମିତି ଏହି ବାବଦରେ ନୋଟିସ ରିଲିଜ କରିଛି । ଏହି ରିକ୍ରୁଟମେଣ୍ଟ ଡ୍ରାଇଭ ମାଧ୍ୟମରେ ନନ୍‌ ଟିଚିଂ ପଦବୀରେ ଭର୍ତ୍ତି ହେବ । ନୋଟିସରେ ଏବେ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି ।

ପଦବୀ ବିବରଣୀ : ୧୩୭୭

ମହିଳା ଷ୍ଟାଫ ନର୍ସ : ୧୨୧
ଆସିଷ୍ଟାଣ୍ଟ ସେକ୍ସନ ଅଫିସର : ୫
ଅଡିଟ୍‌ ଆସିଷ୍ଟାଣ୍ଟ : ୧୨
ଜୁନିଅର ଟ୍ରାନ୍ସସେଲନ ଅଫିସର : ୪
ଲିଗଲ ଆସିଷ୍ଟାଣ୍ଟ : ୧
ଷ୍ଟେନୋଗ୍ରାଫର : ୨୩
କମ୍ପ୍ୟୁଟର ଅପରେଟର : ୧
କ୍ୟାଟେରିଂ ସୁପରଭାଇଜର : ୭୮
ଜୁନିଅର ସେକ୍ରେଟ୍ରିଆଟ ଆସିଷ୍ଟାଣ୍ଟ : ୨୧
ଜୁନିଅର ସେକ୍ରେଟ୍ରିଆଟ ଆସିଷ୍ଟାଣ୍ଟ : ୩୬୦
ଇଲେକ୍ଟ୍ରିସିଆନ୍‌ କମ ପ୍ଲମ୍ବର: ୧୨୮
ଲ୍ୟାବ୍‌ ଆଟେଣ୍ଟାଣ୍ଟ : ୧୬୧
ମେସ ହେଲପର : ୪୪୨
ମଲ୍ଟି ଟାସ୍କିଂ ଷ୍ଟାଫ: ୧୯

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା : ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ପଦବୀ ଅନୁସାରେ ଅଲଗା ଅଲଗା ରହିବ । ଏଥିପାଇଁ ନୋଟିଫିକେସନ ଚେକ୍‌ କରିପାରିବେ । କିଛି ପଦବୀ ପାଇଁ ବ୍ୟାଚଲର ଡିଗ୍ରୀ କରିଥିବା ପ୍ରାର୍ଥୀ ଆବେଦନନ କରିପାରିବେ ।

କେମିତି ହେବ ଚୟନ :

ଏହି ପଦବୀରେ ଚୟନ ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମେ ଲିଖିତ ପରୀକ୍ଷା ଆୟୋଜିତ ହେବ । ଯେଉଁମାନେ ପରୀକ୍ଷାରେ ପାସ୍‌ କରିବେ ସେମାନଙ୍କୁ ଇଣ୍ଟରଭ୍ୟୁ ପାଇଁ କିମ୍ବା ସ୍କିଲ ଟେଷ୍ଟ ପାଇଁ ଡକାଯିବ । ଦୁଇଟି ଯାକ ପରୀକ୍ଷାରେ ଚୟନ ହେବ ପରେ ପ୍ରାର୍ଥୀଙ୍କୁ ଡକାଯିବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ଦରମା ପଦବୀ ଅନୁସାରେ ମିଳିବ । ମହିଳା ଷ୍ଟାଫ ନର୍ସଙ୍କୁ ଦରମା ୪୪ ହଜାରୁ ୧ ଲକ୍ଷ ୪୨ ହଜାର ପର୍ଯ୍ୟନ୍ତ ମିଳିବ । ସେହିପରି ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦବୀ ପାଇଁ ଦରମା ୩୫ ହଜାରୁ ୧ ଲକ୍ଷ ୨୪ ହଜାର ପର୍ଯ୍ୟନ୍ତ ମିଳିବ ।

ଆବେଦନ ଶୁଳ୍କ : ନର୍ସ ପଦବୀ ପାଇଁ ସାଧାରଣ ବର୍ଗ ପ୍ରାର୍ଥୀ ୧୫୦୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟମାନେ ୫୦୦ ଟଙ୍କା ଦେବାକୁ ହେବ । ବାକି ଅନ୍ୟ ପଦବୀ ପାଇଁ ସାଧାରଣ ବର୍ଗ ପ୍ରାର୍ଥୀ ୧୦୦୦ ଟଙ୍କା ଦେବାକୁ ହେବ ଏବଂ ଅନ୍ୟମାନେ ୫୦୦ ଟଙ୍କା ଦେବାକୁ ପଡିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.