ବାରବାଟୀରେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ: ଜାଣନ୍ତୁ, ଆଜି କିଏ କେତେବେଳେ ଦେଖାଇବେ ଜଲୱା

କଟକ (କେନ୍ୟୁଜ): ଆଜି ହକି ବିଶ୍ୱକପର ଉଦଘାଟନୀ ଉତ୍ସବ । ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ଭବ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଆସନ୍ତା ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲା ଷ୍ଟାଡିୟମରେ ଆୟୋଜିତ ହେବ ହକି ବିଶ୍ୱକପ୍ । ଏହି ଉଦଘାଟନୀ କାର୍ଯ୍ୟକ୍ରମକୁ ଆଜି ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଉଦଘାଟନୀ ଉତ୍ସବର ଦେଖିବା ପାଇ ବାରବାଟୀରେ ୪୦ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହେବା ଆଶା କରାଯାଉଛି । ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ଦେଖିବା ପାଇଁ ସହରର ୧୬ଟି ସ୍ଥାନରେ ଫ୍ୟାନ୍ ପାର୍କ କରାଯାଇଛି । ପ୍ରତି ଓ୍ୱାର୍ଡ଼ରେ ମଧ୍ୟ ଏଲଇଡି ସ୍କ୍ରିନ୍ର ବ୍ୟବସ୍ଥା ହୋଇଛି ।
ବାରବାଟୀରେ ଅପରାହ୍ନ ୩:୦୦ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତି ୮:୩୫ରେ ଶେଷ ହେବ ।
As #HWC2023 fever grips #Odisha, historic Barbati Stadium in #Cuttack is decked up to welcome both participants and fans with a panoply of musical performances & gala presentations by artists from across genres. Come join us for a grand ‘Celebration’ of #Hockey.#HockeyComesHome pic.twitter.com/vjQY6tDipS
— CMO Odisha (@CMO_Odisha) January 11, 2023
୩ : ୫୦- ନୃତ୍ୟୁ ଗୁରୁ ଅରୁଣା ମହାନ୍ତି ଓ ନମିତା ମେଲେକାଙ୍କ ଆଦିବାସୀ ନୃତ୍ୟ
୪:୦୦- ସ୍ନିତି ମିଶ୍ର
୪: ୨୫- ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ
୪: ୩୫- ରାପ୍ପ ବିଗ ଡ଼ିଲ
୪:୪୫- ଋତୁରାଜ ମହାନ୍ତି
୫: ୧୦- ସବ୍ୟସାଚୀ ମିଶ୍ର, ଅର୍ଚ୍ଚତା ସାହୁ
୫:୨୦- ଲିସା ମିଶ୍ର
୬:୦୦- ସ୍ୱାଗତ ଉତ୍ସବ
୬: ୧୫- ହକି ସଙ୍ଗୀତର ଲାଇଭ୍ ପରଫରମାନ୍ସ
୬: ୨୦- ଅତିଥି ମାନଙ୍କ ଅଭିଭାଷଣ
୬: ୩୧- ବ୍ଲାକ୍ସ୍ବାନ ଗ୍ରୁପ୍ ର ଲାଇଭ୍ ପରଫରମାନ୍ସ
୬ :୪୫-ଦିଶା ପଟ୍ଟାନୀଙ୍କ ଲାଇଭ୍ ପରଫରମାନ୍ସ
୬ :୫୭ – ନୀତି ମୋହନ, ପ୍ରୀତମ, ବେନି ଦୟାଲ
୭:୪୦- ରଣବୀର ସିଂଙ୍କ ଲାଇଭ୍ ପରଫରମାନ୍ସ
୮ : ୦୦- ନକାଶ ଅଜିଜଙ୍କ ଲାଇଭ୍ ପରଫରମାନ୍ସ
୮: ୨୫ – ଏଲିନା ସାମନ୍ତରାୟ
୮: ୩୫- ଅନନ୍ୟା ଶ୍ରୀତମ ନନ୍ଦ
ଉଦଘାଟନୀ ଉତ୍ସବ ପାଇଁ ନବବଧୂ ପରି ସଜେଇ ହୋଇଛି କଟକ । ରାସ୍ତା ସାରା ସୌନ୍ଦର୍ଯ୍ୟର ପସରା ମେଲିଛି । ବଡ଼ ବଡ଼ ହୋର୍ଡ଼ିଂ ସହିତ କଲରଫୁଲ ବ୍ୟାନର ଛାଇ ଯାଇଛି । ଷ୍ଡାଡିୟମ ରାସ୍ତାର ଗୌରବ ବଢାଉଛି ବ୍ରୋଞ୍ଜ ମୂର୍ତ୍ତି । ବିଭିନ୍ନ ଛକରେ ଓ୍ବାର୍ଲ୍ଡକପ ଟ୍ରଫିକୁ ସ୍ବାଗତ ପାଇଁ ଅପେକ୍ଷା କରିଛି ତୋରଣ ।