ଇଂଜିନିୟରିଂ କରିଥିଲେ ONGC ରେ ତୁରନ୍ତ କରନ୍ତୁ ଆବେଦନ, ଦରମା ମାସକୁ ୧.୫୦ ଲକ୍ଷରୁ ଅଧିକ

ONGC ରେ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ଓଏନଜିସି ମାଙ୍ଗାଲୋର ରିଫାଇନାରୀ ଆଣ୍ଡ ପେଟ୍ରୋକେମିକଲ୍ସ ଲିମିଟେଡ୍‌ (MRPL) ରେ ଆସିଷ୍ଟାଣ୍ଟ ଇଂଜିନିୟରିଂ ଏବଂ ଆସିଷ୍ଟାଣ୍ଟ ଏଗଜ୍ୟୁକ୍ୟୁଟିଭ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ । ONGC MRPL ଅଫିସିଆଲ ୱେବସାଇଟ୍‌ mrpl.co.in କୁ ଯାଇ ୧୫ ଜାନୁଆରୀ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଏହାଛଡା ପ୍ରାର୍ଥୀ ସିଧାସଳଖ ଲିଙ୍କ https://www.mrpl.co.in/ ଜରିଆରେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏହାସହିତ ଲିଙ୍କ https://mrpl.co.in/careers କ୍ଲିକ୍‌ କରି ଅଫିସିଆଲ ନୋଟିଫିକେସନକୁ ଯାଇ ଚେକ୍‌ କରିପାରିବେ ।

ପଦବୀ ବିବରଣୀ : ୭୮

ଆସିଷ୍ଟାଣ୍ଟ ଇଂଜିନିୟର (କେମିକାଲ) : ୨୮

ଆସିଷ୍ଟାଣ୍ଟ ଇଂଜିନିୟର (ମେକାନିକାଲ): ୨୪

ଆସିଷ୍ଟାଣ୍ଟ ଇଂଜିନିୟର (ସିଭିଲ) : ୨

ଆସିଷ୍ଟାଣ୍ଟ ଇଂଜିନିୟର (ଇଲେକ୍ଟ୍ରିକାଲ) : ୭

ଆସିଷ୍ଟାଣ୍ଟ ଇଂଜିନିୟର (ଇନଷ୍ଟମେସନ) : ୧୧

ଆସିଷ୍ଟାଣ୍ଟ ଇଂଜିନିୟର (କମ୍ପ୍ୟୁଟର ସାଇନ୍ସ) : ୫

ଜରୁରୀ ତାରିଖ : ଏହି ସବୁ ପଦବୀରେ ଆବେଦନ କରିବାର ଶେଷ ତାରିଖ ୧୫ ଜାନୁଆରୀ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ଥିବା ପ୍ରାର୍ଥୀ ନିଶ୍ଚିତ ଭାବେ ଇଂଜିନିୟରିଂ କରିଥିବା ଜରୁରୀ । ତେବେ ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ମାର୍କ ଏବଂ ଅନ୍ୟ ଡିଗ୍ରୀ ରଖିଥିବା ଜରୁରୀ।

ବୟସ ସୀମା: ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୨୭ ବର୍ଷ ହେବା ଜରୁରୀ। ଓବିସି ଏବଂ ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀଙ୍କୁ ବୟସ ସୀମାରେ ରିହାତି ମିଳିବ ।

ମାସିକ ଦରମା : ପ୍ରାର୍ଥୀଙ୍କୁ ୫୦,୦୦୦ରୁ ୧,୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ମିଳିବ ।

ଆବେଦନ ଶୁଳ୍କ : ସାମାନ୍ୟ ବର୍ଗ, EWS, ଓବିସି ପ୍ରାର୍ଥୀ ୧୧୮ ଟଙ୍କାର ଆବେଦନ ଶୁଳ୍କ ଭରିବାକୁ ହେବ। ଅନୁସୂଚିତ ଜାତି/ ଜନଜାତି/ PWD/ ପୂର୍ବତନ ସୈନିକ ରହିଥିବା ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କରେ ରିହାତି ମିଳିବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://mrpl.co.in/careers

https://drive.google.com/file/d/163y2PK95zsMoFm8azykyUn3gdomz1HN2/view

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.