Below header

ହୋଲି ପାଇଁ ସାରାଦେଶ ଉତ୍ସବମୁଖର, ଚାରିଆଡେ ରଙ୍ଗମୟ ପରିବେଶ

ଆଜି ରଙ୍ଗର ପର୍ବ ହୋଲି । ରଙ୍ଗର ରଙ୍ଗରେ ରଙ୍ଗୀନ୍ ପରିବେଶ । ରଙ୍ଗ, ଅବିରିରେ ସଭିଏଁ ରଙ୍ଗିନ । ସବୁ ଭେଦଭାବ, ମାନ ଅଭିମାନ ଭୁଲି ଲୋକମାନେ ହୋଲି ଖେଳିବା ସହ ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି । ମିଠା ଖୁଆଇ ଖୁସି ମନାଇଛନ୍ତି । ରାସ୍ତଘାଟ ସବୁଠି ରଙ୍ଗର ଫୁଆରା । ଭଳିକି ଭଳି ଟୋପି ଓ ମୁଖା ପିନ୍ଧି ରଙ୍ଗ ପିଚକାରୀ ଖେଳରେ ମାତିଛନ୍ତି ପିଲାମାନେ । ଡିଜେ, ବାଦ୍ୟଯନ୍ତ୍ର ଓ ନୃତ୍ୟଗୀତର ତାଳେ ତାଳେ ଜମୁଛି ହୋଲିର ଆସର । ଆମ ସଂସ୍କୃତି ଓ ଆମ ପରଂପରାରେ ହୋଲିର ରହିଛି ସ୍ୱତନ୍ତ୍ର ସ୍ଥାନ । ହୋଲି ଅବସରରେ ବିଭିନ୍ନ ସ୍ଥାନରେ ନାନା କାର‌୍ୟ୍ୟକ୍ରମ ଓ ଭୋଜିଭାତର ମଧ୍ୟ ଆୟୋଜନ କରାଯାଉଛି ।

holi bbsr

ଆଜି ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଲଓ୍ଵାମା ସହିଦ ଯବାନଙ୍କ ସ୍ମୃତିରେ ସେ ହୋଲି ଖେଳିବେନି । ଏଥିପାଇଁ ଶୁଭେଚ୍ଛୁମାନଙ୍କୁ ନବୀନ ନିବାସ ନଆସିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

କିସରେ ପ୍ରତି ବର୍ଷ ପରି ଏଥର ମଧ୍ୟ ମହାଆଡମ୍ବରରେ ପାଳିତ ହୋଇଛି ହୋଲି ଉତ୍ସବ । କିସ୍ର ୨୭ ହଜାର ଜନଜାତି ପିଲାଙ୍କ ମଧ୍ୟରେ ସେଲିବ୍ରେଟିମାନେ ହୋଲି ମନାଇଥିଲେ । ଏହି ଅବସରେରେ ଉପସ୍ଥିତ ଥିଲେ କିଟ୍ କିସ୍ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ । ହୋଲି ପାଇଁ ଶୁଭକାମନା ଜଣାଇବା ସହ ଉପସ୍ଥିତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କିସ୍ ଛାତ୍ରଛାତ୍ରୀମାନେ ଦହି ହାଣ୍ଡି ଭାଙ୍ଗି ହୋଲି ଖେଳ ଆରମ୍ଭ କରିଥିଲେ । କୁନି କୁନି ପିଲାମାନେ ରାଧାକୃଷ୍ଣ ବେଶରେ ସଜ୍ଜାଇ ହୋଇ ଦୋଳିରେ ଝୁଲିଥିଲେ । ହୋଲି ମହୋତ୍ସବରେ କଣ୍ଠଶିଳ୍ପୀ ଅନ୍ତରାଙ୍କ ଗୀତରେ ଖୁବ୍ ନାଚିଥିଲେ ଅଭିନେତାଅଭିନେତ୍ରୀ ଓ କିସର ଛାତ୍ରଛାତ୍ରୀ। ପରସ୍ପରକୁ ହୋଲିର ରଙ୍ଗ ଲଗାଇ ଅଭିନନ୍ଦନ ଜଣାଇ ଥିଲେ ।

kitt holi

ବଲାଙ୍ଗିର ସହରରେ ବେଶ୍ ଜମିଛି ରଙ୍ଗର ପର୍ବ। ହୋଲିର ରଙ୍ଗରେ ସମସ୍ତେ ରଙ୍ଗୀନ୍। ରାଗ, ରୋଷ ଭୁଲି ପରସ୍ପରକୁ ରଙ୍ଗର ରଙ୍ଗରେ ରଙ୍ଗେଇ ଦେଇଛନ୍ତି। ଆଉ ତା ସହ ଜମିଛି ବ୍ୟଙ୍ଗ କବିଙ୍କ ଆସର।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ୍‌ କରି ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରଙ୍ଗର ପର୍ବ ହୋଲି ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣି ଦେଉ । ଆମ ଏକତା ଓ ସହାନୁଭୂତିର ରଙ୍ଗ ସବୁବେଳେ ବଜାୟ ରହୁ । ସୁରକ୍ଷିତ ହୋଇ ଉତ୍ସବ ମନାନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ହୋଲି ଶୁଭେଚ୍ଛା ନେଇ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.