ଖୋର୍ଦ୍ଧା: ବାଇକ ଉପରେ ଚଢିଗଲା ହାଇଓ୍ୱା, ଚାଲିଗଲା ଟାଙ୍ଗୀ ଥାନାର ଗ୍ରାମରକ୍ଷୀଙ୍କ ଜୀବନ

ଟଙ୍ଗୀ(କେନ୍ୟୁଜ୍):  ଖୋର୍ଦ୍ଧା  ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୟଥପଲ୍ଲା ଛକ ନିକଟରେ  ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣା ରେ ଜଣେ ମୃତ ଓ ୨ ଗୁରୁତର । ମୃତକ ଜଣକ ହେଉଛନ୍ତି ଗଣେଶ ବାରିକ । ଗଣେଶ ଟାଙ୍ଗୀ  ଥାନାରେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟ କରୁଥିଲେ । ଗଣେଶ ଏକ ବାଇକରେ ନିଜ ବଡ ବୋଉଙ୍କୁ ଧରି ନାଚୁଣୀ ଅଭିମୁଖେ ଯାଉଥିବା ବେଳେ ପଛପଟୁ ଏକ ହାଇୱା ଟ୍ରକ ବାଇକୁ ଶକ୍ତଧକ୍କା ଦେଇଥିଲା । ଯାହ ଫଳରେ ବାଇକ୍ ଚାଳକ ରାସ୍ତାକୁ ଛିଟିକି ପଡିଥିଲେ ଓ ତାଙ୍କ ମୁଣ୍ଡ  ଉପରେ ଟ୍ରକ ଚକ ଚଢି ଯାଇଥିଲା । ଘଟଣା ସ୍ଥଳରେ ଗଣେଷଙ୍କର ପ୍ରାଣ ବାୟୁ ଉଡିଯାଇଥିଲା। ଦୁର୍ଘଟଣାରେ  ତାଙ୍କ ବଡବୋଉ ଗୁରୁତର ଆହାତ ହୋଇଥିବାରୁ ତାଙ୍କୁ ପ୍ରଥମେ  ଟାଙ୍ଗୀ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି ।

ଉତ୍ୟକ୍ତ ଗ୍ରାମବାସୀ ଶବକୁ ରଖି ଟାୟାର ଜାଳି ଜାତୀୟ ରାଜପଥରେ ମୃତକକୁ କ୍ଷେତି ପୂରଣ ଦେବା ସହ ଏଠାରେ ଏକ ଓଭର ବ୍ରିଜ୍ ନିର୍ମାଣ ପାଇଁ ଦାବି କରିଥିଲେ  । ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଧାରଣାରତ ଗ୍ରାମବାସୀଙ୍କ ସହ ଆଲୋଚନା କରି ସମାଧାନ ନିମନ୍ତେ ପ୍ରତିଶ୍ରୁତି ପରେ ଧାରଣା ହଟିଥିଲା । ସେପଟେ ଦୁର୍ଘଟଣା  ଘଟାଇଥିବା ଗାଡିକୁ  ନାଚୁଣୀରୁ ଠାବ କରିବାରେ ସଫଳ ହୋଇଛି ଟାଙ୍ଗୀ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.