ଅନୁମାନ ସତ ହେଲା : ଫଟାଫଟ କ୍ରିକେଟ ଟି-୨୦ରେ ଆଉ ଟିମ ଇଣ୍ଡିଆର ଅଧିନାୟକ ହେବେନି ବିରାଟ କୋହଲି, ଟ୍ୱିଟ କରି ଦେଲେ ସୂଚନା

ଟି-୨୦ ଅଧିନାୟକ ପଦ ଛାଡ଼ିବେ ବିରାଟ କୋହଲି । ଏନେଇ ଟ୍ୱିଟ କରି ନିଜେ କୋହଲି ସୂଚନା ଦେଇଛନ୍ତି । ଆଗାମୀ ବିଶ୍ୱକପ ପରେ କୋହଲି ଟି- ୨୦ଟିମର ଅଧିନାୟକ ପଦ ଛାଡିବା ନେଇ ସୂଚନା ଦେଇଛନ୍ତି । ଅଧିକ ଖେଳ ଚାପ ଯୋଗୁଁ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି । କୋଚ ରବି ଶାସ୍ତ୍ରୀ ଓ ଉପଧିନାୟକ ରୋହିତ ଶର୍ମାଙ୍କ ସହ ଆଲୋଚନା ପରେ ସେ ଏହି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି । ଯାହା ଦ୍ୱାରା ସେ ଦିନିକିଆ ଓ ଟେଷ୍ଟ କ୍ରିକେଟକୁ ଅଧିକ ସମୟ ଦେଇ ପାରିବେ ବୋଲି କହିଛନ୍ତି । ଆସନ୍ତା ଅକ୍ଟୋବର-ନଭେମ୍ବରରେ ୟୁଏଇରେ ଟି-ଟେ୍ଵଣ୍ଟି ବିଶ୍ୱକପ୍‌ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ପରେ ଟି-ଟେ୍ଵଣ୍ଟି ଅଧିନାୟକ ପଦ ଛାଡ଼ିବେ ବୋଲି ଆଜି ଘୋଷଣା କରିଛନ୍ତି । ବିରାଟ କହିଛନ୍ତି, ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ, ଅନୁଭବୀ ରୋହିତ ଶର୍ମା ଓ ସାଥି ଖେଳାଳିଙ୍କ ସହ ବିଚାରବିମର୍ଶ ପରେ ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହଙ୍କୁ ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛନ୍ତି । କାର୍ଯ୍ୟରେ ଚାପ ଯୋଗୁ ଟି-ଟେ୍ଵଣ୍ଟି ଅଧିନାୟକ ପଦରୁ ଅବ୍ୟାହତି ନେଉଥିବା କହିଛନ୍ତି ବିରାଟ କୋହଲି । ସେ ବର୍ତ୍ତମାନ ସୁଦ୍ଧା ୪୫ଟି ଟି-ଟେ୍ଵଣ୍ଟି ମ୍ୟାଚରେ ଦଳର ଅଧିନାୟକ ରହିଛନ୍ତି । ଏଥିରୁ ୨୫ଟି ମ୍ୟାଚ୍‌ ଭାରତ ଜିତିଥିବା ବେଳେ ୧୪ଟି ହାରିଛି । ବିରାଟଙ୍କ ପରେ ରୋହିତ ଶର୍ମାଙ୍କୁ ମିଳିପାରେ ଟି-ଟେ୍ଵଣ୍ଟି ଟିମର ଅଧିନାୟକ ପଦ । ରୋହିତ ୧୯ଟି ଟେ୍ଵଣ୍ଟି ଟେ୍ଵଣ୍ଟିରେ ଦଳର ଅଧିନାୟକ ରହିଥବା ବେଳେ ୧୫ଟିରେ ଦଳକୁ ବିଜୟୀ କରାଇଛନ୍ତି । ୪ଟିରେ ପରାଜୟର ସାମନା କରିଛନ୍ତି ରୋହିତ ଶର୍ମା ।

 

 

VIRAT TWEET

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.