ଦୁର୍ଘଟଣା ରୋକିବା ପାଇଁ ନିଆରା ଢ଼ଙ୍ଗରେ ପ୍ରତିବାଦ କଲେ ଗ୍ରାମବାସୀ, ରାସ୍ତାରେ ଛିଡା ହୋଇ ମାଗିଲେ ଭିକ୍ଷା

ଚାନ୍ଦବାଲି (କେନ୍ୟୁଜ) : ନିଆରା ଢଙ୍ଗରେ ରାଜରାସ୍ତାରେ ଭିକ୍ଷାବୃତ୍ତି କରି ପ୍ରତିବାଦ କଲା ସଂଗଠନ। ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର କାନପୁର ଘୋଷରାକୁ ପ୍ରଶାସନ ଦୁର୍ଘଟଣା ପ୍ରବଣ ଅଂଚଳ ଘୋଷଣା କରିଥିଲା । ହେଲେ ଦୁର୍ଘଟଣା ରୋକିବା ପାଇଁ ସୁବ୍ୟବସ୍ଥା କଲାନାହିଁ ପ୍ରଶାସନ । ତେବେ ଏହାକୁ ବିରୋଧ କରି ପ୍ରଦେଶ ସେବା ସଂଗଠନର ସଦସ୍ୟମାନେ ଆଜି କାନପୁର ଘୋଷରାଠାରେ ଭିକ୍ଷାବୃତ୍ତି କରି ଏକ ନିଆରା ଢଙ୍ଗରେ ପ୍ରତିବାଦ କରିଛି।

ପ୍ରଦେଶ ସେବା ସଂଗଠନର ଓ ସଦସ୍ୟମାନେ କାନପୁର ଘୋଷରା ଠାରେ ଯାଆସ କରୁଥୁବା ବସ , ଗାଡି ମୋଟର ଗୁଡିକ ଠାରୁ ଭିକ୍ଷାବୃତ୍ତି କରିବା ସହ ଯାହା ଅର୍ଥ ମିଳିବ ସେଥିରେ ଷ୍ଟ୍ରିଟ ଲାଇଟ ଲଗାଇବା ସହ ସମସ୍ୟାର ସମାଧାନ କରିବ ବୋଲି କହିଛନ୍ତି ସଂଗଠନର ସଭାପତି। ସଂଗଠନ ତରଫରୁ ଦାବି କରାଯିବାରୁ ଭିକ୍ଷାବୃତ୍ତି ସମୟରେ ଭଦ୍ରକ ଅତିରିକ୍ତ ଆରଟିଓ, ଚାନ୍ଦବାଲି ଏସଡିପିଓ ପହଁଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଜିଲ୍ଲାସ୍ତରୀୟ ମିଟିଙ୍ଗରେ ଆଲୋଚନା କରି ଦାବି ଉପରେ ଆଲୋଚନା କରାଯିବ ବୋଲି ପ୍ରତିଶୃତି ଦେବା ପରେ ଭିକ୍ଷାବୃତ୍ତିରୁ ଓହରି ଥିଲେ ପ୍ରଦେଶ ସେବା ସଂଗଠନର ସଦସ୍ୟ।