କରୋନା ମୁକାବିଲା ପାଇଁ ଆଜିଠାରୁ ପୁଣି ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ

ପୁରୀ: ଆଜିଠାରୁ ପୁଣି ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ କରୋନା ପାଇଁ ହୋମିଓପାଥି ଔଷଧ । ଆଜି ଓ ଆସନ୍ତାକାଲି ଏହି ଔଷଧ ପୁରୀର ସମସ୍ତ ସେବାୟତଙ୍କ ପରିବାରକୁ ମାଗଣାରେ ଦିଆଯିବ । ଆଜି ପ୍ରଥମ ଦିନରେ ସୁଆର, ପୁଷ୍ପାଳକ, ଦଇତାପତି, ଖଣ୍ଟିଆ ପ୍ରଭୃତି ସେବାୟତଙ୍କୁ ଏହି ଔଷଧ ଦିଆଯିବ । ଏହା ଛଡ଼ା ରଥଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଶ୍ରୀମନ୍ଦିର କର୍ମଚାରୀଙ୍କୁ ମଧ୍ୟ ଔଷଧ ଦିଆଯିବ ।

ଆର୍ସେନିକ୍‌ ଅଲବମ୍‌-୩୦ ନାମକ ଏହି ଔଷଧକୁ ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତ, ଶ୍ରୀମନ୍ଦିର କର୍ମଚାରୀଙ୍କୁ ଦିଆଯାଇଥିଲା । ରଥଯାତ୍ରା ପୂର୍ବରୁ ଓ ପରେ ସେବାୟତମାନଙ୍କୁ ଥଣ୍ଡାଜନିତ କୌଣସି ରୋଗ ହୋଇନଥିବା ଜଣାପଡ଼ିଛି । କରୋନା ସଂକ୍ରମଣ ମଧ୍ୟ ସେବାୟତଙ୍କ ପାଖରେ ଦେଖାଯାଇନାହିଁ । ଏହି ଔଷଧ ଏକ ଭଲ ଇମ୍ୟୁନିଟି ବୁଷ୍ଟର ଭାବେ କାମ କରୁଥିବା ଡାକ୍ତରମାନେ ମତ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.