ଡାଇବେଟିଜ୍ କୁ ନିୟନ୍ତ୍ରଣ କରିବାରେ ରାମବାଣ ସଦୃଶ ହଳଦୀ, ଜାଣନ୍ତୁ କିପରି କରିବେ ବ୍ଯବହାର

ବର୍ତ୍ତମାନ ସମୟରେ ଡାଇବେଟିଜ୍ ସମସ୍ଯା ସାଧାରଣ ହୋଇଗଲାଣି। ପରିବର୍ତ୍ତନ ଜୀବନଶୈଳୀ ଏବଂ ଭୁଲ ଖାଦ୍ଯ-ପାନୀୟ କାରଣରୁ ଡାଇବେଟିଜ୍ ସମସ୍ଯା ଖୁବ୍ ବଢିବାରେ ଲାଗିଛି। ଏହିକାରଣରୁ ଡାଇବେଟିଜ୍ ରୋଗୀମାନେ ବିଶେଷ ରୂପେ ଖାଦ୍ଯ-ପାନୀୟ ଧ୍ଯାନ ରଖିବା ଉଚିତ। ଏହି ସମସ୍ଯାରେ ବ୍ଲଡ ସୁଗାର ସ୍ତର ମଧ୍ଯ ଅଧିକ ବଢି ଯାଇଥାଏ, ଯାହାକୁ ନିୟନ୍ତ୍ରଣ ରେ ରଖିବା ଅତ୍ଯନ୍ତ ଜରୁରୀ। ଏନେଇ ଆଜି ଆମେ ଆପଣଙ୍କୁ ଏଭଳି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ବ୍ଯବହାର କରିବା ଦ୍ବାରା ବ୍ଲଡ ସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ। ତେବେ ଆସନ୍ତୁ ଜାଣିବା କ’ଣ ସେହି ଜିନିଷ।

turmeric-ହଳଦୀ ବ୍ଯବହାର କରିବା ଦ୍ବାରା ଡାଇବେଟିଜ୍ ନିୟନ୍ତ୍ରଣରେ ରହିଥାଏ। ହଳଦୀରେ ଅନେକ ଔଷଧୀୟ ଗୁଣ ରହିଥାଏ। ଅନେକ ରିସର୍ଚ୍ଚ ଅନୁଯାୟୀ ହଳଦୀ ଦ୍ବାରା ଟାଇପ୍-୨ ଡାଇବେଟିଜ୍ ଠିକ୍ କରାଯାଇପାରିବ। ହଳଦୀ ବ୍ଯବହାର ଦ୍ବାରା ବ୍ଲଡ ସୁଗାର ସ୍ତର ନିୟନ୍ତ୍ରଣ କରାଯାଇପାରିବ।

turmeric2-ହଳଦୀରେ ଆଣ୍ଟି-ଅକ୍ସିଡେଣ୍ଟ ଗୁଣ ରହିଥାଏ, ଯାହା ଶରୀରରେ ଇନସୁଲିନ୍ ଉତ୍ପାଦନ ସ୍ତର ବଢାଇବାରେ ସାହାଯ୍ଯ କରିଥାଏ। ହଳଦୀ ସେବନ କରିବା ଦ୍ବାରା ଶରୀରରେ ଇନସୁଲିନ୍ ଅଧିକ ବଢିଥାଏ ଏବଂ ବ୍ଲଡ ସୁଗାର ସ୍ତର କମ ହୋଇଥାଏ।

turmeric3-ହଳଦୀର ବ୍ଯବହାର ଅନେକ ସମସ୍ଯାର ସମାଧାନ ପାଇଁ ମଧ୍ଯ ବ୍ଯବହାର କରାଯାଇପାରିବ। ଡାଇବେଟିଜ୍ ରୋଗୀମାନେ ରାତିରେ ଶୋଇବା ପୂର୍ବରୁ ହଳଦୀ କ୍ଷୀର ମଧ୍ଯ ସେବନ କରିପାରିବେ। ହଳଦୀ କ୍ଷୀର ସେବନ କରିବା ସ୍ବାସ୍ଥ୍ଯ ପାଇଁ ଲାଭକାରୀ ହୋଇଥାଏ। ଏହାଦ୍ବାରା ହାଡ ମଜବୁତ୍ ହେବା ସହ ବ୍ଳଡ ସୁଗାର ସ୍ତର ବଢିନଥାଏ। ଆପାଣ ଚାହିଁଲେ ହଳଦୀ କ୍ଷୀରରେ ଡାଲଚିନି ମଧ୍ଯ ବ୍ଯବହାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.