ପୁଣି ଅଲୋଡା ହେଲା ମା’ର ମମତା, ରାସ୍ତା କଡ ମକାବାଡିରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘରରେ ଘଟିଛି ଏକ ଅଭାବନୀୟ ଘଟଣା । ପରୋବେଲାରୁ ଚୁରୁରଡି ଯିବା ରାସ୍ତାରେ ଏକ ମକାବାଡ଼ିରେ ଶିଶୁଟିକୁ ଉଦ୍ଧାର କରିଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ଆଶାଦିଦି ପହଞ୍ଚି ଛୁଆଟିକୁ ଉଦ୍ଧାର କରି ପ୍ରଥମେ ଜୋଡିଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିିଥିଲେ । ପରେ ଶିଶୁଟିକୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟପଟେ ଜଣେ ମହିଳାଙ୍କ କୌଣସି ସନ୍ତାନ ନଥିବାରୁ ସେ ଶିଶୁଟିର ଯତ୍ନ ନେବେ ବୋଲି ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି । ପ୍ରଶାସନ ସହଯୋଗ କଲେ ଶିଶୁପୁତ୍ରକୁ ନେଇ ପାଳିବେ ବୋଲି ସେ କହିଛନ୍ତି । ସେପଟେ ଚିକିତ୍ସା ପରେ ଶିଶୁଟିର ଅବସ୍ଥାରେ ସୁଧାର ଆସିଥିବା କହିଛନ୍ତି ଶିଶୁ ବିଶେଷଜ୍ଞ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.