ଭାରତୀୟ ବଜାରରେ ସୁନା ମୂଲ୍ୟରେ ଆସିଛି ବଡ ପରିବର୍ତ୍ତନ, ଜାଣି ରଖନ୍ତୁ ଆଜି କେତେ ରହିଛି ଦର

ପୁଣି କମିଛି ସୁନା ମୂଲ୍ୟ ।  ଲଗାତାର ଦ୍ଵିତୀୟ ଦିନ ପାଇଁ ସୁନା ଦରରେ ହ୍ରାସ ଘଟିଥିବା ଦେଖାଦେଇଛି ।  ଗୁରୁବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୩୯୦ ଟଙ୍କା କମି ୪୮,୯୦୦ ଟଙ୍କାରୁ ୪୮,୫୧୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ଦର ବି ସମାନ ଭାବେ ୩୯୦ ଟଙ୍କା କମି ୪୭,୯୦୦ ଟଙ୍କାରୁ ୪୭,୫୧୦ ଟଙ୍କାରେ ପହଁଚିଥିବା ଜଣାଯାଇଛି ।  ସେପଟେ ଓଡିଶା ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୧,୪୭୦ ଟଙ୍କା ଓ ୪୭,୧୮୦ ଟଙ୍କାରେ ସ୍ଥିର ରହିଥିବା ଜଣାଯାଇଛି ।  ସେପଟେ ଦେଶର ପ୍ରମୁଖ ସହର ମାନଙ୍କରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ କିଛିଟା ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି ।  ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୮,୫୧୦ ଟଙ୍କା ଓ ୪୭,୫୧୦ ଟଙ୍କା ଥିବା ବେଳେ ଦିଲ୍ଲୀରେ ଏହି ମୂଲ୍ୟ ୪୯୧୬୦ ଟଙ୍କା ଓ ୪୭୯୬୦ ଟଙ୍କା ଥିବା ଜଣାଯାଇଛି ।

gold rate today

ସେହିପରି ଦକ୍ଷିଣ ଭାରତ ସହର ଚେନ୍ନାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ଦର ୫୧,୪୮୦ ଟଙ୍କା ଓ ୪୭,୧୯୦ ଟଙ୍କା ଥିବା ବେଳେ ପୂର୍ବ ଭାରତ ସହର କୋଲକାତାରେ ୫୦,୦୭୦ ଟଙ୍କା ଓ ୪୮,୫୦୦ ଟଙ୍କା ଥିବା ରେକର୍ଡ ହୋଇଛି ।  ଅନ୍ୟପକ୍ଷରେ ସୁନା ପରି ରୂପା ଦରରେ ବି ଏକ ସାମାନ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି ।  ଗତକାଲି ସନ୍ଧ୍ୟା ସୁଦ୍ଧା ରୁପା ଦର କିଲୋଗ୍ରାମ ପ୍ରତି ୧୯୦ ଟଙ୍କା କମି ୫୩,୦୦୦ ଟଙ୍କାରୁ ୫୨,୮୧୦ ଟଙ୍କା ଛୁଇଁଥିବା ଜଣାଯାଇଛି ।  ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଆଉନ୍ସ ପ୍ରତି ୧୮୦୫ ଡ଼ଲାର ଓ ରୂପା ୧୯.୧୪ ଡ଼ଲାରରେ ଟ୍ରେଣ୍ଡ କରୁଥିବା ବ୍ଲୁମବର୍ଗ ଦ୍ୱାରା ପ୍ରକାଶିତ ରିପୋର୍ଟରେ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.