ମାଇକ ବାଜିବାରୁ ମହୁମାଛି ଦଂଶିଲା, ସଭା ବନ୍ଦ
ମାଇକ ବାଜିଲା, ମହୁମାଛି ଦଂଶିଲା। ମାଇକ ଶବ୍ଦରେ ନିକଟରେ ଥିବା ଗଛରୁ ମହୁମାଛି ବାହାରି ଆକ୍ରମଣ କରିଥିଲେ।

ରାଉରକେଲା : ମାଇକ ବାଜିଲା, ମହୁମାଛି ଦଂଶିଲା। ମାଇକ ଶବ୍ଦରେ ନିକଟରେ ଥିବା ଗଛରୁ ମହୁମାଛି ବାହାରି ଆକ୍ରମଣ କରିଥିଲେ। ଅତ୍ରକିତ ମହୁମାଛି ଆକ୍ରମଣରେ ଯିଏ ଯୁଆଡ଼େ ପାଳିଲେ ଜୀବନ ବିକଳରେ ଦୌଡ଼ିବାକୁ ଲାଗିଲେ। ସୁନ୍ଦରଗଡ଼ ଜିଲ୍ଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନିର୍ବାଚନୀ ସଭାରେ ଏପରି ଅଭାବନୀୟ ଘଟଣା ଘଟିଛି।
ଗତକାଲି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ପାତ୍ରାସ ଏକାଙ୍କ ସଭାପତିତ୍ବରେ ମହାଗଠବନ୍ଧନର ମିଶ୍ରଣ ପର୍ବ ଚାଲିଥିଲା। ସଭା ଆରମ୍ଭ ହେବାର କିଛି ସମୟ ପରେ ମହୁମାଛି ଫେଣାରୁ ବାହାରୁ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ସଭାକୁ ବାଧ୍ୟ ହୋଇ ବନ୍ଦ କରିଦିଆଯାଇଥିଲା।