ରାତିର ଅନ୍ଧାରରେ ମୁହଁରେ ଗାମୁଛା ଗୁଡ଼ାଇ ଚୋରି କଲା ବାଇକ୍‌, ସିସିଟିଭିରେ କଏଦ ହେଲା ଚୋରିର ଦୃଶ୍ୟ

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଉପରଡିହା ଗ୍ରାମର ଦଲକି ସାହିର ଏସ୍ କେ ସାମଜୁଙ୍କ ଘରୁ ଏକ ବାଇକ ଚୋରି କରିନେଇଯାଇଛି ଜଣେ ଦୁର୍ବୁତ୍ତ। ତେବେ ଚୋରି ବେଳର ସିସି ଟିଭି ଫୁଟେଜ କ୍ୟାମେରାରେ କଏଦ ହୋଇଛି।

କେନ୍ଦୁଝର (କେନ୍ୟୁଜ) : ବିଳମ୍ବିତ ରାତିରେ ସବୁ ଶୋଇଗଲା ପରେ ଚୋରି କରିବା ଉଦ୍ଦେଶ୍ୟ ନେଇ ଜଣେ ଦୁର୍ବୁତ୍ତ ଘରେ ପଶିଥିବା ସିସିଟିଭିରେ କଏଦ ହୋଇଛି । ସୁଯୋଗର ଫାଇଦା ଉଠାଇ ବାଇକକୁ ଧୀରେ ଧୀରେ ଗ୍ୟାରେଜରୁ ବାହାର କରି ସିଧା ଫେରାର ମାରିଛି । ତେବେ ଏହି ଦୁବୁର୍ତ୍ତମାନେ ଦିନ ବେଳେ ଚୋରି କରିବା ପାଇଁ ନଜର ରଖୁଛନ୍ତି ଆଉ ରାତି ହେଲେ ଚୁପଚାପ ଆସି ଚୋରି କରୁଛନ୍ତି । ସମାନ ଭାବେ ଜଣେ ଚୋର ଦିନ ବେଳେ ଘରକୁ ଟାର୍ଗେଟ କରି ଯାଇଥିଲା ଆଉ ଯେମିତି ଅନ୍ଧାର ହେଲା ଘର ଲୋକଙ୍କ ଶୋଇବାକୁ ଅପେକ୍ଷା କରିଥିଲା । ସବୁ ଗଭୀର ନିଦ୍ରାରେ ଶୋଇଗଲା ପରେ ଘରେ ପଶି ବାଇକର ଲକ୍‌ ଭାଙ୍ଗି ବାଇକଟିକୁ ନେଇ ଫେରାର ମାରିଥିଲା ।

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଉପରଡିହା ଗ୍ରାମର ଦଲକି ସାହିର ଏସ୍ କେ ସାମଜୁଙ୍କ ଘରୁ ଏକ ବାଇକ ଚୋରି କରିନେଇଯାଇଛି ଜଣେ ଦୁର୍ବୁତ୍ତ। ତେବେ ଚୋରି ବେଳର ସିସି ଟିଭି ଫୁଟେଜ କ୍ୟାମେରାରେ କଏଦ ହୋଇଛି। ବିଳମ୍ବିତ ରାତିରେ ଏସ୍ କେ ସାମଜୁଙ୍କ ଗ୍ୟାରେଜ ଘରେ ରଖାଯାଇଥିବା ଏକ ବାଇକ କୁ ଜଣେ ଦୁର୍ବୁତ୍ତ ମୁହଁରେ ଗାମୁଛା ଗୁଡାଇ ଆସି ଚୋରି କରିନେଇଯାଇଥିଲା । ତେବେ ଚୋରି ବେଳର ସମ୍ପୂର୍ଣ୍ଣ ଦୃଶ୍ୟ କ୍ୟାମେରା ରେ କଏଦ ହୋଇଛି। ଏନେଇ ଏସ୍ କେ ସାମଜୁ ଘଟଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। କେହି ଜଣେ ସ୍ଥାନୀୟ ଲୋକ ହିଁ ତାଙ୍କ ବାଇକ ଚୋରି କରି ନେଇଥିବା ସାମଜୁ ସନ୍ଦେହ କରିଛନ୍ତି ।

ଭିନ୍ନ ଭିନ୍ନ ସ୍ଥାନରେ ଏବେ ଚୋରି ର ମାମଲା ବଢ଼ିଚାଲିଛି । ଚୋରି କରିବା ପାଇଁ ଖାଲି ସୁଯୋଗ ଖୋଜି ବୁଲୁଛନ୍ତି ଚୋର। ଆଉ ସୁବିଧା ସୁଯୋଗ ଦେଖି ମନ ଇଚ୍ଛା ଚୋରି କରୁଛନ୍ତି । ତେବେ ଆଜିକାଲି ଏଭଳି ଲୁଟ ମାମଲା ଖୁବ ସାଧାରଣ ହୋଇଗଲାଣି । ସୁଯୋଗ ପାଇଲେ ଏ ଚୋରମାନେ ଟଙ୍କା ଓ ସୁନା ଅଳଙ୍କାର ଚୋରି କରି ଫେରାର ମାରନ୍ତି । ଏମିତି ଅନେକ ଘଟଣା ପ୍ରତ୍ୟେକ ଦିନ ଘଟୁଛି । ଲୋକମାନେ ଯେତେ ସତର୍କ ହେଲେ ମଧ୍ୟ ଚୋରମାନେ ଚୋରି କରିବା ଛାଡ଼ୁ ନାହାନ୍ତି । ତେଣୁ ଆପଣ ଏଭଳି ଚୋରିରୁ ନିଜକୁ ବଞ୍ଚାଇବାକୁ ଚାହୁଁଥିଲେ ଯଥେଷ୍ଟ ସତର୍କ ଏବଂ ସାବଧାନ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.