Below header

ଆଜି ଲୋକାର୍ପିତ ହେବ ଓଡ଼ିଶାର ଦୀର୍ଘତମ ଫ୍ଲାଏ ଓଭର

ଆଜି ଲୋକାର୍ପିତ ହେବ ଓଡ଼ିଶାର ଦୀର୍ଘତମ ଫ୍ଲାଏ ଓଭର । କେନ୍ଦୁଝର ଜିଲ୍ଲା ଯୋଡାରେ ନିର୍ମିତ ଏହି ଫ୍ଲାଏ ଓଭର ବ୍ରିଜକୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆନନ୍ଦପୁର : ଆଜି ଲୋକାର୍ପିତ ହେବ ଓଡ଼ିଶାର ଦୀର୍ଘତମ ଫ୍ଲାଏ ଓଭର । କେନ୍ଦୁଝର ଜିଲ୍ଲା ଯୋଡାରେ ନିର୍ମିତ ଏହି ଫ୍ଲାଏ ଓଭର ବ୍ରିଜକୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂରେ ଏହାର ଲୋକର୍ପଣ ହେବ । ରାଜ୍ୟର ଏହି ଦୀର୍ଘତମ ଫ୍ଲାଏ ଓଭରର ଲମ୍ବ ୩ କିଲୋମିଟର। ୧୧୦ଟି ପିଲାରରେ ନିର୍ମିତ ହୋଇଛି । ୨୦୨୧ ମସିହାରୁ ଆରମ୍ଭ ହୋଇଥିଲା ନିର୍ମାଣ କାମ । ଏଥିରେ ଖର୍ଚ୍ଚ ହୋଇଛି ୨୪୦ କୋଟି ଟଙ୍କା । ଏଥିସହ ଆଜି ମୁଖ୍ୟମନ୍ତ୍ରୀ ଏକାଧିକ ଉନ୍ନୟନମୂଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.