ସାମ୍ନାକୁ ଆସିଲା ନାଗାବଳୀ ନଦୀର ସେହି ଛାତିଥରା ଭିଡିଓ, ଦୁଇ ଦିନ ହେଲାଣି ମିଳୁନି ନାବାଳକର ସନ୍ଧାନ

ରାୟଗଡା(କେନ୍ୟୁଜ୍): ଦୁଇ ଦିନ ହେଲାଣି । ନାଗାବଳୀ ନଦୀରେ ଭାସି ନିଖୋଜ ଥିବା ନାବାଳକର ମିଳୁନି ସନ୍ଧାନ । ବାପା ଆଖି ଆଗରେ ନଦୀର ସ୍ରୋତରେ ଭାସିଗଲା କୁନି ପୁଅ । ୪୫ ଘଣ୍ଟା ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଉଦ୍ଧାର ହୋଇନି । ରାୟଗଡା ନାଗାବଳୀ ନଦୀର ଝୁଲା ପୋଲ ନିକଟରେ ଭାସିଯାଇ ୫ବର୍ଷର ନାବାଳକ ନିଖୋଜ ଅଛନ୍ତି । ଆନ୍ଧ୍ରପ୍ରଦେଶ ଏଲ୍ଲୋର ଜିଲ୍ଲାର ପର୍ଯ୍ୟଟକ ଗୋପାଳକୃଷ୍ଣ ୩ ପୁଅଙ୍କ ସହ ନାଗାବଳୀ ନଦୀରେ ଗାଧୋଉଥିଲେ ।

ହଠାତ୍‌ ନଦୀର ସ୍ରୋତରେ ଏକାସାଙ୍ଗେ ୩ ପୁଅ ଭାସିଯାଇଥିଲେ। ଗୋପାଳକୃଷ୍ଣ ଦୁଇ ପୁଅଙ୍କୁ ଉଦ୍ଧାର କରିଥିଲେ । ପରେ ଅନ୍ୟ ପୁଅକୁ ଉଦ୍ଧାର କରିବାକୁ ଗଲାବେଳେ ନିଜେ ଭାସିଯାଇଥିଲେ । ପରେ ଗୋପାଳକୃଷ୍ଣଙ୍କୁ ଉଦ୍ଧାର କରିଥିଲା ବାହିନୀ । ହେଲେ ଏପର୍ଯ୍ୟନ୍ତ ନାବାଳକ ନିଖୋଜ ରହିଛି । ଗୋପାଳକୃଷ୍ଣ ୩ ପୁଅଙ୍କ ସହ ନଦୀରେ ଗାଧୋଉଥିବାର ଭିଡିଓ ସାମ୍ନାକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.