ଅଭାବୀ ସଂସାର କଥା ଶୁଣି ତରଳି ଗଲା ମନ: ଚୋରି କରିବାକୁ ଆସିଥିବା ଚୋରକୁ ହଜାରେ ଟଙ୍କା ଦେଇ ଛାଡ଼ିଲେ ଘର ମାଲିକ

ଭୁବନେଶ୍ବର(କେନ୍ଯୁଜ୍) : ପେଟ ବିକଳରେ ପିଲା ଛୁଆଙ୍କ ପାଇଁ ଚୋରି କରିବାକୁ ଆସିଥିବା ବ୍ୟକ୍ତିକୁ ପାଲଟା ହଜାରେ ଟଙ୍କା ଦେଇ ଛାଡ଼ିଦେଲେ ଘର ମାଲିକ । କଥାଟା ଆଶ୍ଚର୍ଯ୍ଯ ଲାଗୁଥିଲେ ବି ସତ।

ସୂଚନା ମୁତାବକ, ରୋ‌ଷେଇ ଘରେ ପଶିଥିବା ଚୋରକୁ ପ୍ରଥମେ କାବୁ କଲେ ଘର ମାଲିକ। ମାତ୍ର ତା’ର ଅଭାବୀ ସଂସାର କଥା ଶୁଣିବା ପରେ ଘର ମାଲିକଙ୍କ ମନରେ ଦୟା ଭାବ ଆସିଥିଲା। ଯାହାଫଳରେ ସେ ଉକ୍ତ ଚୋରକୁ ହଜାରେ ଟଙ୍କା ଦେବା ସହିତ ଛାଡ଼ି ଦେଇଥିଲେ।

ଘର ମାଲିକ ନିଜେ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ । ଅନ୍ଯପଟେ ରୋଷେଇ ଘରୁ ଖାଦ୍ୟ ସାମଗ୍ରୀ ଚୋରି କରୁଥିବା ବ୍ୟକ୍ତିକୁ ସେ ପୋଲିସର ଜିମା ମଧ୍ଯ ଦେଇନଥିଲେ। ଚନ୍ଦ୍ରଶେଖରପୁର ପ୍ରଶାନ୍ତବିହାର ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ତେବେ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.