Below header

ଅଜବ ଘଟଣା, ଯୁବତୀଙ୍କ ପେଟରୁ ବାହାରିଲା ୨ କେଜିର ଚୁଟି

ଲକ୍ଷ୍ନୌ: ଏକ ବିରଳ ଘଟଣା । ୧୭ ବର୍ଷୀୟ ଝିଅର ପେଟରୁ ବାହାରିଛି ୨ କେଜିର ଚୁଟି। ଅପରେସନ କରୁଥିବା ଡାକ୍ତର ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏପରି ଅଜବ ଘଟଣା ଉତ୍ତରପ୍ରଦେଶର ବଳରାମପୁରରେ ଦେଖିବାକୁ ମିଳିଛି । ଏହି ଚୁଟି ଗୁଡ଼ିକ ନାବଳିକାଙ୍କ ପେଟରେ ଗୋଲାକାର ଅବସ୍ଥାରେ ରହିଥିଲା। ସେ ଏକ ବିରଳ ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ସେ ନିଜର ଚୁଟିକୁ ଛିଣ୍ଡାଇ ଦୀର୍ଘ ବର୍ଷ ହେଲାଣି ଖାଉଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାବ ହେବାରୁ ଏବେ ଅସ୍ତ୍ରୋପଚାର ଦ୍ୱାରା ୨କେଜି ଓଜନର ଚୁଟି ପେଟରୁ ବାହାର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ୧୦ ଦିନ ତଳେ ଏହି ନାବାଳିକା ଜଣକ ପେଟରେ ଯନ୍ତ୍ରଣା ହେଉଥିବା କହିବା ସହିତ ବାନ୍ତି ମଧ୍ୟ କରିଥିଲେ । ପରିବାର ଲୋକ ହସ୍ପିଟାଲକୁ ନେଇଥିଲେ । ଡାକ୍ତରମାନେ ଏହା ଉପରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଏଣ୍ଡୋସ୍କୋପି କରିଥିଲେ। ଶେଷରେ ଉକ୍ତ ଗୋଲାକାର ଜିନିଷଟି ଚୁଟିରେ ତିଆରି ହୋଇଥିବା ସମସ୍ତେ ଜାଣିଥିଲେ। ଡ. ଏସ ଆର ସମଦର ପରୀକ୍ଷା ପରେ ସ୍ଥିତି ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଅଲଟ୍ରା ସାଉଣ୍ଡରେ ପେଟରେ ଏକ ଚୁଟିର ଗଦା ଦେଖିବାକୁ ମିଳିଥିଲା । ୨୦ ସେମିର ଏକ ଗୁଚ୍ଛାରେ କେଶ ଗୁଡିକ ତଳିପେଟରେ ଜମା ହୋଇଥିଲା ।

bunch_of_hair

ବିଗତ ଦୁଇ ବର୍ଷ ଧରି ନାବାଳିକା ଜଣକ ଦୁର୍ବଳ ହୋଇ ଆସୁଥିବା ବେଳେ ଚୁଟି ଝଡୁଥିଲା । ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ଝିଅଟି ଆରମ୍ଭରୁ ଟ୍ରାଇକୋବେଜୋର ନାମକ ମାନସିକ ରୋଗରେ ଆକ୍ରାନ୍ତ । ଏହି ରୋଗୀ ନିଜର ଚୁଟି ଖାଇବା ଆରମ୍ଭ କରିଥାନ୍ତି । ଦେଢ ଘଣ୍ଟାର ପରିଶ୍ରମ ପରେ ଚୁଟିର ଗଦା ପେଟରୁ କାଢିବାରେ ସଫଳ ହୋଇଛନ୍ତି ଡାକ୍ତର । ଚୁଟି ରହିବା ଫଳରେ କ୍ଷୁଦ୍ରାନ୍ତ୍ରକୁ ଖାଦ୍ୟ ଯାଇନଥାଏ । ଏହି କାରଣରୁ ଏହି ୧୭ ବର୍ଷୀୟା ଯୁବତୀ ଜଣକର ୨ ବର୍ଷରେ ୩୨ କିଗ୍ରା ଓଜନ ହ୍ରାସ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.