ପ୍ରଥମେ ୧୧ଟା ୩୦ ଓ ପରେ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ, ବିରୋଧୀ ଓ ଶାସକ ଦଳର ଜୋରଦାର ହଙ୍ଗାମା

ଭୁବନେଶ୍ୱର(କେନ୍ୟୁଜ୍): ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବି ଚାଲିପାରୁନି ଗୃହକାର୍ଯ୍ୟ। ବାରମ୍ବାର ଗୃହ ମୁଲତବୀ। ଚାଷୀ ସମସ୍ୟା ନେଇ ଆରମ୍ଭରୁ ହୋହଲ୍ଲା । ଗୃହରେ ଉଭୟ ବିରୋଧୀ ଓ ଶାସକ ଦଳର ଜୋରଦାର ହଙ୍ଗାମା। ଫସଲ ବୀମା , ଇନପୁଟ ସବସିଡି ଓ ମଣ୍ଡି ଅବ୍ୟବସ୍ଥା ଯୋଜନା ପ୍ରସଙ୍ଗ ଉଠାଇଲେ ବିରୋଧୀ । ଏମ୍ଏସ୍ପି ବୃଦ୍ଧି ଦାବିରେ ଶାସକ ଦଳର ବି ହଟ୍ଟଗୋଳ।
ଗୃହ କାର୍ଯ୍ୟ ଚାଲିନପାରିବାରୁ ପ୍ରଥମେ ୧୧ଟା ୩୦ ଓ ପରେ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଛି। ଏହାପରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ ବିଜେଡି ବିଧାୟକ। ଓଡ଼ିଶା ପ୍ରତି କେନ୍ଦ୍ର ପାତରଅନ୍ତର କରୁଥିବା ଅଭିଯୋଗ କରିଛନ୍ତି। ଏନେଇ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିବ ବିଜେଡି। ରାଜ୍ୟପାଳଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ଦେବା ପାଇଁ ରାଜଭଭନ ଅଭିମୁଖେ ଯାଉଛନ୍ତି ବିଜେଡି ବିଧାୟକ।