ମାଲକାନଗିରିରୁ ଗଞ୍ଜେଇ ବ୍ୟବସାୟୀ ଗିରଫ, ୫ଲକ୍ଷରୁ ଅଧିକ ଟଙ୍କା ଜବତ

ମାଲକାନଗିରି (କେନ୍ୟୁଜ୍) : ଗଞ୍ଜେଇ ବ୍ୟବସାୟୀକୁ ଗିରଫ କଲା ମାଲକାନଗିରି ପୋଲିସ। ଗିରଫ ବ୍ୟବସାୟୀ ହେଲେ ରାଜୁ ବୋରେଇ। ସେ ଗଞ୍ଜେଇ ବ୍ୟବସାୟ କରିବା ସହ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିଲା। ରାଜୁଠାରୁ ପୋଲିସ ୫ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ତା ସହ ଗୋଟିଏ ଧଳା ବୋଲେରୋ, ୫ଟି ଏଟିଏମ୍ କାର୍ଡ, ୧୧୬କିଲୋ ଗଞ୍ଜେଇ , ଆଧାରକାର୍ଡ, ପ୍ୟାନକାର୍ଡ ଜବତ କରାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି।

You might also like