ପୁରୀ : ଉଦଘାଟିତ ହୋଇଛି ଅନ୍ତର୍ଜାତୀୟ ଲାଇଫଗାର୍ଡ ପ୍ରଶିକ୍ଷଣ ଶିବିର

ପୁରୀ(କେନ୍ୟୁଜ୍) : ଉଦଘାଟିତ ହୋଇଛି ଅନ୍ତର୍ଜାତୀୟ ଲାଇଫଗାର୍ଡ ପ୍ରଶିକ୍ଷଣ ଶିବିର। କଳିଙ୍ଗ ଲାଇଫ୍ ସର୍ଫିଙ୍ଗ ସୋସାଇଟି ଆନୁକୂଲ୍ୟରେ ଆୟୋଜିତ ୩ ଦିନିଆ ପ୍ରଶିକ୍ଷଣ ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ଉଦଘାଟନ କରିଛନ୍ତି। ପୁରୀ ବେଳାଭୂମି ଲାଇଫଗାର୍ଡ ମହାସଂଘ, ଅନ୍ତର୍ଜାତୀୟ ଲାଇଫ୍ ସର୍ଫିଙ୍ଗ ସୋସାଇଟି ଓ ରାଷ୍ଟ୍ରୀୟ ଲାଇଫ ଗାର୍ଡ ସୋସାଇଟି ସହଯୋଗରେ ଶିବିର ଆୟୋଜିତ ହୋଇଛି। ଲାଇଫଗାର୍ଡମାନଙ୍କୁ ସମୟପଯୋଗୀ, ଉନ୍ନତ ବୈଷୟିକ ଜ୍ଞାନ କୌଶଳ ଓ ଅତ୍ୟାଧୁନିକ ଉଦ୍ଧାର ସରଞ୍ଜାମ ସଂପର୍କରେ ପ୍ରଶିକ୍ଷଣ ଦିଆଯିବ। ଉଦଘାଟନୀ ଉତ୍ସବରେ ମତ୍ସଜୀବୀ ନେତା ବାବୁଲା ପ୍ରସାଦ, କଳିଙ୍ଗ ଲାଇଫ୍ ସର୍ଫିଙ୍ଗ ସୋସାଇଟିର ସଂପାଦକ ପି.ହାରି ରାଓ, କଳିଙ୍ଗ ଲାଇଫ୍ ସର୍ଫିଙ୍ଗ ସୋସାଇଟିର ସଭାପତି ଡକ୍ଟର ସୁନୀଲ ଦାରା, କୋଷାଧ୍ୟକ୍ଷ ଡକ୍ଟର ରାସିକା କୁମାର ଭରଦ୍ୱାଜ , ଲାଇଫଗାର୍ଡ ମହାସଂଘର ସଭାପତି ଓ ସଂପାଦକ ପ୍ରମୁଖ ଉପସ୍ଥିତ ଥିଲେ।