ଗଞ୍ଜାମ ଜିଲ୍ଲା ଚାଷୀଙ୍କୁ ନରେଓ୍ଵ ସରକାରଙ୍କ ସହାୟତା,ଦୁଇଟି ବ୍ଲକର ଚାଷୀ ହେବେ ଉପକୃତ

ଗଞ୍ଜାମ (କେନ୍ୟୁଜ୍) : ରଙ୍ଗେଇଲୁଣ୍ଡା ଓ ସୋରଡା ବ୍ଲକ୍ ପାଇଁ ୨୩୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ନରେଓ୍ଵ ସରକାର । ଚାଷୀଙ୍କ ଉନ୍ନତି ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି। ରଙ୍ଗେଇଲୁଣ୍ଡା ବ୍ଲକ୍ ଉପକୂଳ ଅଞ୍ଚଳ ହୋଇଥିବାରୁ ଚାଷ ପାଇଁ ଅନୁକୂଳ ନୁହେଁ । ତେଣୁ ସୋରଡା ବ୍ଲକର ଚାଷୀମାନେ କୃଷକ ମିତ୍ର, ପାଣିମିତ୍ର, ଗୋମିତ୍ର ଯୋଜନା ଦ୍ୱାରା କିପରି ଉପକୃତ ହୋଇପାରିବେ ସେନେଇ ଙଟଇଞର ଭାଇସ୍ ଚାନ୍ସଲର୍ ସୁରେନ୍ଦ୍ରନାଥ ପଶୁପାଳକ ଆସି ଚାଷୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରୋଗପୋକ ବିଶେଷଜ୍ଞ ସିଦ୍ଧାର୍ଥ ଶଙ୍କାର ଦାସ, ସଂପ୍ରସାରଣ ନିର୍ଦ୍ଦେଶକ ପ୍ରଭାତ ସାହୁ, ମତ୍ସ୍ୟ ବିଶେଷଜ୍ଞ ସନ୍ଦୀପ୍ତ ମହାନ୍ତିଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.