ଭାଙ୍ଗିଯାଇପାରେ ରାହୁଲଙ୍କ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ, ମହାମେଂଟର ଗଣ୍ଠିକୁ ଢିଲା କରିଦେବ ଅଖିଲେଶଙ୍କ ଏହି ବୟାନ୍

ହାତକୁ ଆସୁ ଆସୁ ଚାଲିଯାଇପାରେ ଶାସନ ଡୋର । ପୁରା ହୋଇନପାରେ ରାହୁଲଙ୍କ ସ୍ବପ୍ନ । ମଉଳି ଯାଇପାରେ ପପୁଙ୍କ ପ୍ରଧାନମନ୍ତ୍ରୀ ହେବାର ଆଶା । ଏମିତି କିଛି ଜଣା ପଡୁଛି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ବୟାନରୁ । ଅଖିଲେଶଙ୍କ କଥାରୁ ଯାହା ଜଣା ପଡୁଛି ଖୁବ୍ ଶୀଘ୍ର ଢିଲା ହୋଇଯାଇପାରେ ମହାମେଣ୍ଟର ଗଣ୍ଠି ।

ୟୁପିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ରାହୁଲ । ଏମିତି ଖୋଲାଖୋଲି ମନ୍ତବ୍ୟ ଦେଇଛନ୍ତି ଷ୍ଟାଲିନ । ହେଲେ ଷ୍ଟାଲିନଙ୍କ କଥାରେ ଅସହମତି ପ୍ରକାଶ କରିଛନ୍ତି ଅଖିଲେଶ୍ । ସମାଜବାଦୀ ପାର୍ଟି ଅଧ୍ୟକ୍ଷ କହିଛନ୍ତି, ଜରୁରୀ ନୁହେଁ ଯେ ଏମକେ ଷ୍ଟାଲିନଙ୍କ କଥାରେ ମହାମେଂଟର ସମସ୍ତ ସଦସ୍ୟ ଏକମତ । କେବଳ ସେତିକି ନୁହେଁ ଅଖିଲେଶ୍ କହିଛନ୍ତି ବିଜେପି ଉପରେ କ୍ଷୁବ୍ଧ ଅଛନ୍ତି ଜନତା । ତେଣୁ ଏହି ତିନିଟି ରାଜ୍ୟରେ କଂଗ୍ରେସକୁ ସଫଳତା ମିଳିଲା ।

ଏହା ସହ ପଢନ୍ତୁ  ଗୋଟିଏ ମଞ୍ଚରେ ପୁଣି ଥରେ ଏକାଠି ହୋଇଥିଲେ ବିଜେପି ବିରୋଧୀ : ହେଲେ ନଥିଲେ ମାୟା, ମମତା ଓ ଅଖିଲେଶ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, ମମତା ବାନାର୍ଜୀ ଏବଂ ଶରଦ ପାୱାର ଏହି ମହାମେଂଟ କରିବା ପାଇଁ ସମସ୍ତ ନେତାଙ୍କୁ ଏକାସାଥିରେ ଆଣିବାକୁ ପ୍ରୟାସ କରିଥିଲେ । ତେଣୁ ଏହି ପ୍ରୟାସରେ ଯଦି କେହି ନିଜର ରାୟ ଦେଉଛି ତେବେ ଜରୁରୀ ଏହି ରାୟ ହିଁ ମହାମେଂଟର ରାୟ ହୋଇଥିବ । ତେଣୁ କିଏ ହେବ ପ୍ରଧାନମନ୍ତ୍ରୀ, ଏହା ମହାମେଣ୍ଟର ସମସ୍ତ ସଦସ୍ୟ ଏକାଠି ନିଷ୍ପତ୍ତି ନେଲେ ଭଲ ହେବ । କେହି ଜଣେ କହିଦେଲେ ପ୍ରଧାନମନ୍ତ୍ରୀ ହୋଇଯିବେନି ବୋଲି କହିଛନ୍ତି ଅଖିଲେଶ୍ ।

ତେବେ ଗତକାଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କ ଶପଥ ଗ୍ରହଣ ଉତ୍ସବରେ ମାୟାବତୀ ଏବଂ ମମତା ବାନାର୍ଜୀଙ୍କ ସହ ଅନୁପସ୍ଥିତ ଥିଲେ ଅଖିଲେଶ । ଆଉ ଆଜି ଅଖିଲେଶ୍ ଯାଦବଙ୍କ ଏହି ବୟାନ୍ ରାଜନୀତି ପାଣିପାଗକୁ ପୁଣି କରିଛି ଉଷ୍ମ । ଏହି ମହାମେଂଟ ରହିବ କି ଗୋଷ୍ଠି କନ୍ଦଳ ଏବଂ ପ୍ରଧାନମନ୍ତ୍ରୀ ପଦ ପାଇଁ ଭାଙ୍ଗିଯିବ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.