Below header

କୋରାପୁଟ: ଚୋରା ଚାଲାଣ ବେଳେ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ୫ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ ନନ୍ଦପୁର ଥାନା ଅଧିନସ୍ଥ ପୀତାଗୁଡ଼ା ଅଂଚଳରେ ଚୋରା ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଜବତ ହୋଇଥିବା ଏହି ଗଞ୍ଜେଇର ପରିମାଣ ୮୫୦ କିଲୋଗ୍ରାମ ଓଜନର ଥିବା ଜଣାଯାଇଛି । ଯାହାର ମୂଲ୍ୟ ପାଖାପାଖି ୧ ଲକ୍ଷ ୭୦ ହଜାର ମୂଲ୍ୟର ହେବ । ଗଞ୍ଜେଇ ସମେତ ଅନ୍ୟାନ ସନ୍ଦିଗ୍ଧ ପଦାର୍ଥ ଗୁଡିକୁ ସିଜ କରିଛି ନନ୍ଦପୁର ପୋଲିସ । ଏହି ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ।

ganja

ଗିରଫ ହୋଇଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣ ଉତ୍ତର ପ୍ରଦେଶର ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି । ଏହି ବିପୁଳ ପରିମାଣର ଗଞ୍ଜେଇକୁ ଟାଙ୍କରରେ ଭର୍ତ୍ତି କରାଯାଇ ଏକ ଟ୍ରାକ୍ଟର ଯୋଗେ ନିଆଯାଉଥିବା ନେଇ ଜଣାଯାଇଛି । ଘଟଣାର ତୁରନ୍ତ ତଦନ୍ତ ନେଇ ପୋଲିସ ନିକଟରେ ଏକ ଏଫଆଇଆର ଦରଜ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.