ନକଲି ଜର୍ଦ୍ଦା ଜବତ, ୩ ଗିରଫ ଓ ୩ଟି ବାଇକ ଜବତ

ଯାଜପୁର (କେନ୍ୟୁଜ) : ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଫାଣ୍ଡି ପୋଲିସ ଆଜି ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କାରିଛି । ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ୩ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୩ଟି ବାଇକକୁ ମଧ୍ୟ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ଭଦ୍ରକ ଅଂଚଳର ବୋଲି ପୋଲିସ ସୂଚନା ଦେଇଛି।

ସୂଚନାମୁତାବକ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରୁ ୩ ଗୋଟି ବାଇକରେ ନକଲି ଜର୍ଦ୍ଦା ନେଇ କଟକ ଅଭିମୁଖେ ଯାଉଥିବା ବେଳେ ଯାଜପୁର ଏସପି ରାହୁଲ ପି.ଆରଙ୍କ ନିର୍ଦ୍ଦେଶ କ୍ରମେ ଚଣ୍ଡିଖୋଲ ଫାଣ୍ଡି ପୋଲିସ ଚଣ୍ଡିଖୋଲ ଛକରେ ଚଢ଼ାଉ କରିଥିଲା। ଏହି ସମୟରେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କରାଯାଇଥିଲା।

ଜବତ ନକଲି ଜର୍ଦ୍ଦାରେ ଗୋପାଳ କମ୍ପାନୀର ବିଭିନ୍ନ ବ୍ରାଣ୍ଡର ୧୨୧, କନକ, ସୁରଭି ଆଦି ପ୍ୟାକିଂ ଜର୍ଦ୍ଦା ରହିଛି । ଏ ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଏଥିରେ ସଂପୃକ୍ତ ଥିବା ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜବତ ସାମଗ୍ରୀର ମୂଲ୍ୟ ୨ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଏହି ନକଲି କାରବାରର ଚେର କେଉଁ ଯାଏ ଲମ୍ବିଛି ତାହା ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଯାଜପୁରରୋଡ଼ ଏସଡିପିଓ ଚିନ୍ମୟ କୁମାର ନାୟକ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.