ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ଶହେ ବିଧାୟକ: ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଦେଖିବା ସହ ବିଦ୍ୟାଳୟରେ ଥିବା ସ୍ମାର୍ଟ କ୍ଲାସ କରିବେ ପରିଦର୍ଶନ

ଗଞ୍ଜାମ(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ଶହେ ବିଧାୟକ। ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ସରିଛି। ତାରିଖ ଧାର୍ଯ୍ୟ ହେଇନଥିଲେ ମଧ୍ୟ ଅଗଷ୍ଟ ୧୫ ତାରିଖ ପରେ ଏହି ଗସ୍ତ କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ପର୍ଯ୍ୟାୟକ୍ରମେ ୫ଦିନିଆ କାର୍ଯ୍ୟକ୍ରମରେ ସମସ୍ତ ମନ୍ତ୍ରୀ ଓ ଶହେ ବିଧାୟକ ଗଞ୍ଜାମ ଗସ୍ତ କରିବେ।

ଏନେଇ ଜିଲ୍ଲା ପ୍ରଶାସନ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରତିଦିନ ୨୦ଜଣ ଲେଖାଏ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀର ଶେରଗଡ଼ ଓ ହିଞ୍ଚିଳିକାଟୁ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରିବେ। ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଦେଖିବା ସହ ବିଦ୍ୟାଳୟରେ ଥିବା ସ୍ମାର୍ଟ କ୍ଲାସ ପରିଦର୍ଶନ କରିବେ। ଏହି ଅବସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ତାମ୍ପରା, ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ପାର୍କ ବୁଲିବା କାର୍ଯ୍ୟକ୍ରମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.