Below header

ଜମ୍ମୁ-କଶ୍ମୀର: ବଡ଼ଗାଓଁରେ ପୁଣି ଜଣେ ଅଜଣା ଆତଙ୍କବାଦୀ ମୃତ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର : ଜମ୍ମୁ-କଶ୍ମୀର ବଡ଼ଗାଓଁ ମୋଚଓ୍ଵା ଅଞ୍ଚଳରେ ସୁରକ୍ଷାବଳଙ୍କ ହାତରେ ଜଣେ ଅଜଣା ଆତଙ୍କବାଦୀ ନିହତ ହୋଇଛି । ତା’ଠାରୁ ଗୋଟିଏ ଏକେ-୪୭ ରାଇଫଲ ଓ ଗୋଟିଏ ପିସ୍ତଲ ଜବତ ହୋଇଛି । ଇଲାକାରେ ସୁରକ୍ଷାବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଗୁଇନ୍ଦା ବିଭାଗ ଠାରୁ ସୂଚନା ପାଇବା ପରେ ମୋଚଓ୍ଵା ଅଞ୍ଚଳରେ ସୁରକ୍ଷାବଳଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଥିଲା । ଉକ୍ତ ଅଞ୍ଚଳରେ ଛପି ରହିଥିବା ଆତଙ୍କବାଦୀ ହଠାତ ଫାଏରିଂ ଆରମ୍ଭ କରିଦେଇଥିଲେ ।

ଫଳରେ ସୁରକ୍ଷାବଳଙ୍କ ପକ୍ଷରୁ ମଧ୍ୟ ଫାଏରିଂ କରାଯାଇଥିଲା । ଏଥିରେ ଜଣେ ଅଜଣା ଆତଙ୍କବାଦୀର ମୃତ୍ୟୁ ହୋଇଥିବା ବେଳେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ଘଟଣା ଶୁକ୍ରବାର ରାତିରେ ହୋଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.