ଜଙ୍ଗଲ ମନ୍ତ୍ରୀଙ୍କ ପିଏସ ଦୀପ୍ତି ରଞ୍ଜନ ବେହେରାଙ୍କ ବଦଳି ପରେ ସମ୍ପୂର୍ଣ୍ଣ ମନ୍ତ୍ରୀ କରିଡରରେ ହଲଚଲ

ବଦଳି ପଛରେ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଥିବା ଚର୍ଚ୍ଚା !

ଭୁବନେଶ୍ବର(କେନ୍ଯୁଜ୍): ଜଙ୍ଗଲ ମନ୍ତ୍ରୀଙ୍କ ପିଏସ ଦୀପ୍ତି ରଞ୍ଜନ ବେହେରାଙ୍କ ବଦଳି ପରେ ସମ୍ପୂର୍ଣ୍ଣ ମନ୍ତ୍ରୀ କରିଡରରେ ହଲଚଲ । ପିଏସ ଦିପ୍ତୀ ରଞ୍ଜନ ବେହେରାଙ୍କୁ କୋରାପୁଟ ବଦଳି କରାଯାଇଛି । ସେ ୨୦୦୯ ମସିହାରୁ ମନ୍ତ୍ରୀଙ୍କ ଅଫିସରେ କାର୍ଯ୍ୟରତ ଥିଲେ । ବଦଳି ପଛରେ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ସମ୍ପର୍କ ରହିଛି ବୋଲି ଚର୍ଚ୍ଚା ହେଉଛି ।

ସୌମ୍ୟରଞ୍ଜନଙ୍କ ବାପା ଜଙ୍ଗଲ ମନ୍ତ୍ରୀଙ୍କୁ ଏହି ମାମଲାରେ ଟାଣିଥିଲେ । ନିର୍ଦ୍ଦିଷ୍ଟ ଭାବେ ମନ୍ତ୍ରୀଙ୍କ କି ଭୂମିକା ରହିଛି, ସେ ନେଇ କିଛି ସ୍ପଷ୍ଟ କରିନଥିଲେ । ହେଲେ ମନ୍ତ୍ରୀଙ୍କ ଇଙ୍ଗିତରେ ତଦନ୍ତର ଦିଗ ବଦଳୁଥିବା ସେ ଆରୋପ ଲଗାଇଥିଲେ । ପିଏସଙ୍କ ବଦଳି ପରେ ସମ୍ପୂର୍ଣ୍ଣ ମାମଲାରେ ପାରଳାଖେମୁଣ୍ଡି ଡିଏଫଓଙ୍କ ବଦଳି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ପିଏସଙ୍କ ବଦଳି ନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ତେବେ ପ୍ରଶ୍ନ ଉଠୁଛି, କାହିଁକି କୋରାପୁଟ ବଦଳି ହେଲେ ପିଏସ ? ଏସିଏଫ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ଘଟଣାରେ କିଛି ସମ୍ପୃକ୍ତି ଥିଲା କି ? ସୌମ୍ୟଙ୍କ ମୃତ୍ୟୁକୁ ନେଇ ତନାଘନା ଚାଲିଥିବା ବେଳେ ହଠାତ୍‌ ବଦଳି କାହିଁକି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.