ଯାଜପୁର: ଟ୍ରକ ଧକ୍କାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ, ୮ ବର୍ଷର ଝିଅ ଗୁରୁତର

ଯାଜପୁର(କେନ୍ୟୁଜ୍): ଟ୍ରକ ଧକ୍କାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ।  ୮ ବର୍ଷ ବୟସର ଝିଅ ଗୁରୁତର। ଏଭଳି ମର୍ମନ୍ତୁଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ନେଉଳପୁର ଛକ ନିକଟରେ। ମୃତ ଦମ୍ପତି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର ଲକ୍ଷ୍ମୀକାନ୍ତ ମାଟିଆ ଓ ମଞ୍ଜୁଲତା ମାଟିଆ ବୋଲି ଜଣାପଡିଛି  । ସୂଚନା ମୁତାବକ ବାପା, ମା ଓ ଝିଅ ଏକ ବାଇକ ଯୋଗେ କଟକରୁ ଭଦ୍ରକ ଅଭିମୁଖେ ଯାଉଥିବା ସମୟରେ ଜାତୀୟ ରାଜପଥ ସମ୍ପ୍ରସାରଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ଡିବିଏଲ କମ୍ପାନୀର ଏକ ହାଇୱା ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସ୍ୱାମୀ ଓ ସ୍ତ୍ରୀଙ୍କର ଜୀବନ ଚାଲିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଝିଅକୁ ନିକଟସ୍ଥ ଧର୍ମଶାଳା ଡାକ୍ତରଖାନା ଭର୍ତି କରାଯାଇଥିଲା। ଅଵସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣାକୁ ନେଇ ଉତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକେ ରାଜପଥକୁ ଅବରୋଧ କରିଛନ୍ତି।  ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟେକ୍ତ  ଲୋକଙ୍କୁ  ବୁଝାସୁଝା କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.