ଓଡିଶାକୁ ଡରାଉଛି କରୋନା, ଆଜି ଗୋଟିଏ ଦିନରେ ୧୩୬୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର (କେନ୍ୟୁଜ) : ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରୁ ୧୩୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୯୫୬୧ରେ ପହଞ୍ଚିଛି ।


ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୦୮ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୭୧ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୨୭ଜଣ, ବାଲେଶ୍ୱର ଜିଲ୍ଲାରୁ ୩୩ଜଣ, ବରଗଡ଼ ଜିଲ୍ଲାରୁ ୬୮ଜଣ, ଭଦ୍ରକ ଜିଲ୍ଲାରୁ ୩୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୫୪ଜଣ,


ସେହିପରି ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୫୬ଜଣ, ଦେଓଗଡ଼ ଜିଲ୍ଲାରୁ ୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୪ଜଣ, ଗଜପତି ଜିଲ୍ଲାରୁ ୩ଜଣ, ଗଞ୍ଜାମ ଜିଲ୍ଲାରୁ ୩୧ଜଣ, ଜଗତସିଂହପୁର ଜିଲ୍ଲାରୁ ୬ଜଣ, ଯାଜପୁର ଜିଲ୍ଲାରୁ ୧୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୨ଜଣ, କଳାହାଣ୍ଡି ଜିଲ୍ଲାରୁ ୩୦ଜଣ, କନ୍ଧମାଳ ଜିଲ୍ଲାରୁ ୧୦ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬ଜଣ, କେନ୍ଦୁଝର ଜିଲ୍ଲାରୁ ୩୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୫୮ଜଣ, କୋରାପୁଟ ଜିଲ୍ଲାରୁ ୯ଜଣ, ମାଲକାନଗିରି ଜିଲ୍ଲାରୁ ୪ଜଣ,


ମୟୁରଭଞ୍ଜ ଜିଲ୍ଲାରୁ ୪୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୭୧ଜଣ, ନୟାଗଡ଼ ଜିଲ୍ଲାରୁ ୧୮ଜଣ, ନୂଆପଡ଼ା ଜିଲ୍ଲାରୁ ୯୦ଜଣ, ପୁରୀ ଜିଲ୍ଲାରୁ ୪୩ଜଣ, ରାୟଗଡ଼ ଜିଲ୍ଲାରୁ ୨୫ଜଣ, ସମ୍ବଲପୁର ଜିଲ୍ଲାରୁ ୮୬ଜଣ, ସୋନପୁର ଜିଲ୍ଲାରୁ ୧୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୩୧୭ଜଣ, ଷ୍ଟେଟ୍‌ ପୁଲ୍‌ରୁ ୩୫ଜଣ ରହିଛନ୍ତି ।

ତେବେ ଏଥିମଧ୍ୟରେ ୭୯୭୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୯୬୦୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୩୭୦୩୫୯ ସାମ୍ପୁଲ ଟେଷ୍ଟ୍ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.