ଖୋର୍ଦ୍ଧା ଗୁରୁଜଙ୍ଗରେ ସନ୍ଦେହରୁ ବୀଭତ୍ସ ହତ୍ୟା, ଶ୍ୱଶୁର ଘରେ ସ୍ତ୍ରୀର ତଣ୍ଟି କାଟି ଜୀବନ ନେଲା ସ୍ବାମୀ

 ଖୋର୍ଦ୍ଧା(କେନ୍ୟୁଜ୍):  ସନ୍ଦେହରୁ ବୀଭତ୍ସ ହତ୍ୟା। ଶ୍ୱଶୁର ଘରେ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ। ପାରିବାରିକ କଳହର କରୁଣି ପରିଣତି। ଖୋର୍ଦ୍ଧା ଥାନା ଅନ୍ତର୍ଗତ ଗୁରୁଜଙ୍ଗରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀ କାର୍ତ୍ତିକ ଚନ୍ଦ୍ର ପ୍ରଧାନ ଫେରାର ହୋଇଯାଇଛି। ୨୦୦୫ରେ କାର୍ତ୍ତିକ ପ୍ରଧାନ ଇନ୍ଦିରା ପ୍ରିୟଦର୍ଶନୀ ମହାନ୍ତିଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କର ୧୫ ବର୍ଷର ପୁଅ ଅଛି। ସ୍ତ୍ରୀ ଉପରେ ସନ୍ଦେହ କରି ଦୀର୍ଘ ଦିନ ହେବ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା।

husband kill2

ଇନ୍ଦିରା କିଛି ଦିନ ପୂର୍ବରୁ ନଜ ବାପ ଘରେ ରହୁଥିଲେ। କାର୍ତ୍ତିକ ମଧ୍ୟ କିଛି ଦିନ ହେଲା ଶ୍ୱଶୁର ଘରେ ରହୁଥିଲେ। ରାତିରେ ସମସ୍ତେ ଶୋଇପଡିବା ପରେ ଅଭିଯୁକ୍ତ କାର୍ତ୍ତିକ ସ୍ତ୍ରୀକୁ ହତ୍ୟା କରି ଫେରାର ହୋଇଯାଇଛି। ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି। ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.