‘ସୁପର ଡ୍ଯାନ୍ସର ୪’ ଟାଇଟଲ ବାଜି ମାରିନେଲେ ଫ୍ଲୋରିନା, ଫାଷ୍ଟ ରନର୍ସ ଅପ୍ ହେଲେ ପୃଥୀରାଜ

ସୋନୀ ଟିଭିରେ ପ୍ରସାରିତ ହେଉଥିବା ପିଲାଙ୍କ ଡ୍ଯାନ୍ସ ଶୋ ‘ସୁପର ଡ୍ଯାନ୍ସର ୪’ର ଫାଇନାଲ ପ୍ରସାରିତ ହୋଇଯାଇଛି। ଏଥିରେ ଫ୍ଲୋରିନା ଗୋଗୋଇ ଟାଇଟଲ ଜିତି ବାଜି ନେଇଛନ୍ତି। ଫ୍ଲୋରିନା ଟ୍ରଫି ସହିତ ୧୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଜିତିଛନ୍ତି। ଫ୍ଲୋରିନାଙ୍କ ମେଣ୍ଟର ତଥା ଗୁରୁ ତୁଷାର ସେଟ୍ଟୀ ୫ ଲକ୍ଷ ଟଙ୍କା ପୁରସ୍କାର ଜିତିଛନ୍ତି।

ଏହି ଶୋରେ ଫ୍ଲୋରିନା ବିଜେତା ହୋଇଥିବା ବେଳେ ପୃଥୀରାଜ ପ୍ରଥମ ରନର୍ସ ଅପ୍, ସଂଚିତ ଚନାନା ଦ୍ବିତୀୟ ରନର୍ସ ଅପ୍, ନୀରଜା ୩ୟ ଏବଂ ଈଶା ୪ର୍ଥ ସ୍ଥାନରେ ରହିଛନ୍ତି। ସୁପର ଡ୍ଯାନସର ଶୋ’କୁ ଶିଳ୍ପା ସେଟ୍ଟୀ, ଗୀତା କପୁର ଏବଂ ଅନୁରାଗ ବାସୁ ଜଜ୍ କରୁଥିଲେ।

ଫାଇନାଲରେ କୋରିଓଗ୍ରାଫର ଟେରେନ୍ସ ଲୁଇସ, ରାଘବ ଜୁୟାଲ ଏବଂ ବାଦଶାହ ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଫାଇନାଲ ଏପିସୋଡରେ ସମସ୍ତ ପ୍ରତିଯୋଗୀ ଜବରଦସ୍ତ ଡ୍ଯାନ୍ସ କରିଥିଲେ।
ଫ୍ଲୋରିନା ଟାଇଟଲ ଜିତିବା ପରେ ଫ୍ଯାନମାନଙ୍କୁ ଧନ୍ଯବାଦ ଜଣାଇଥିଲେ। ଶୋ’ରେ ଫ୍ଲୋରିନା ଜବରଦସ୍ତ ଡ୍ଯାନ୍ସ କରିଥିଲେ। ପ୍ରଥମ ଅଡିସନ ରାଉଣ୍ଡରୁ ଫ୍ଲୋରିନାଙ୍କ ଡ୍ଯାନ୍ସ ଜଜଙ୍କୁ ବହୁତ ପସନ୍ଦ ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.