ରକ୍ତ ସମ୍ପର୍କରେ ଛିଟା; ପୁଅ, ଝିଅ ସହ ମିଶି ସ୍ୱାମୀକୁ ପିଟି ପିଟି ହତ୍ୟା କଲା ସ୍ତ୍ରୀ

ଭଦ୍ରକ (କେନ୍ୟୁଜ) : ରକ୍ତ ସମ୍ପର୍କରେ ଛିଟା । ପୁଅ, ଝିଅ ସହ ମିଶି ସ୍ୱାମୀକୁ ପିଟି ପିଟି ହତ୍ୟା କଲା ସ୍ତ୍ରୀ । ଭଦ୍ରକ ଜିଲ୍ଲା ପୀରହାଟ ଥାନା ଦୌଲତପୁର ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ବାବୁଆ ଦାସ । ସୂଚନାନୁଯାୟୀ ବାବୁଆ ଦାସଙ୍କର ପତ୍ନୀଙ୍କ ସହ ମତାନ୍ତର ଲାଗିରହୁଥିଲା। ସେଥିପାଇଁ ବାବୁଆଙ୍କ ପତ୍ନୀ ନିଜ ପିଲାଙ୍କ ସହ ବାପଘରେ ରହୁଥିଲେ ।

ଗତକାଲି ବାବୁଆ ଘର ବାହାରେ ଶୋଇଥିବାବେଳେ ତାଙ୍କ ସ୍ତ୍ରୀ, ପୁଅ ଓ ଝିଅ ଆସି ହଠାତ୍‌ ଏକ ଶାବଳରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ବାବୁଆଙ୍କ ମାଆ ପୀରହାଟ ଥାନାରେ ଅଭିଯୋଗ କରିବା ପରେ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.