ପାରିବାରିକ ଗଣ୍ଡଗୋଳରୁ ବୀଭତ୍ସ କାଣ୍ଡ : ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ମାର୍ଶାଘାଇ(କେନ୍ୟୁଜ):ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। କେନ୍ଦ୍ରାପଡ଼ା ପାଟକୁରା ଥାନା ତେଣ୍ଡାକୁଡ଼ା ଗାଁରେ ବିଳମ୍ବିତ ରାତିରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ। ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଅଭିଯୁକ୍ତ ସ୍ୱାମୀ ମାନୁନ ଅଲ୍ଲୀ।

ପାଟକୁରା ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି। ପାରିବାରିକ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ହୋଇଥିବା ପାଟକୁରା ଥାନା ଅଧିକାରୀ ସୂଚନା ଦେଇଛନ୍ତି।