ଅଟୋ ପଛପଟୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ୧୦ ଆହତ

ରେଢ଼ାଖୋଲ(କେନ୍ୟୁଜ): ଅଟୋ ପଛପଟୁକୁ ଧକ୍କା ଦେଲା ପିକ ଅପ୍ ଗାଡ଼ି। ଯାହାଫଳରେ ଦୁଇଟି ଯାକ ଗାଡ଼ି ରାସ୍ତାରୁ ୨୦ ଫୁଟ ଦୂରକୁ ଛିଟିକି ପଡିଥିଲେ। ଫଳରେ ଅଟୋରେ ବସିଥିବା ସମସ୍ତ ୧୦ ଜଣ ଯାତ୍ରୀ ଆହାତ ହୋଇଥିବାବେଳେ, ସେଥିମଧ୍ୟରୁ ୩ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଙ୍କୁ ଉଦ୍ଧାର କରାଯାଇ ରେଢ଼ାଖୋଲ ମେଡିକାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି।
ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ଏବଂ କିସିଣ୍ଡା ରାସ୍ତାର ବୁରମାଳ ଗ୍ରାମଠାରେ। ଗତକାଲି ଅପରାହ୍ନ ସମୟରେ, ୧୦ ଜଣ ଯାତ୍ରୀ ଏକ ଅଟୋରେ ବସି ମଙ୍ଗଳପୁର ଗାଁକୁ ଯାଉଥିବାବେଳେ, ଦୃତଗତୀରେ ଏକ ପିକ ଅପ୍ ଆସି ଚଳନ୍ତା ଅଟୋକୁ ଯୋର୍ ରେ ପଛପଟୁ ଧକ୍କା ଦେଇଥିଲା। ଯାହାଫଳରେ ଅଟୋଟି ରାସ୍ତା ରୁ ଛିଟିକି ଓଲୋଟି ପଡିଥିଲା । ଅଟୋକୁ ଧକ୍କା ଦେଲା ପରେ ନିଜେ ଭାରସାମ୍ୟ ହରାଇ ପିକ ଅପ୍ ଗାଡ଼ିଟି ମଧ୍ୟ ଓଲଟି ପଡିଥିଲା।। ତେବେ ଖବର ପାଇ ଘଟଣାସ୍ଥଳକୁ କିସିଣ୍ଡା ପୋଲିସ ପହଁଞ୍ଚି ଅଧିକ ତଦନ୍ତ କରିଛି ।