ଇଏ ସ୍ୱାମୀ ନା ରାକ୍ଷସ: ପତ୍ନୀର କିଡ୍‌ନୀ ବିକ୍ରି କରି ଆତ୍ମସାତ କରିଥିଲା ଟଙ୍କା, ଏବେ ବାନ୍ଧିଲା ପୋଲିସ୍

ମାଲକାନଗିରି(କେନ୍ୟୁଜ୍): ପତ୍ନୀର କିଡ୍‌ନୀ ବିକ୍ରି କରିଥିବା ସ୍ୱାମୀ ଗିରଫ । ମାଲକାନଗିରି ଥାନା କୋତାମେଟା ଗାଁର ପ୍ରଶାନ୍ତ କୁଣ୍ଡୁକୁ ଗିରଫ କରିଛି ପୋଲିସ୍ । କୋତାମେଟା ଗାଁର ପ୍ରଶାନ୍ତ କୁଣ୍ଡୁଙ୍କର ୧୨ବର୍ଷ ତଳେ ବିବାହ ହୋଇଥିଲା।

ତାଙ୍କର ଗୋଟିଏ ଝିଅ ଓ ପୁଅ ମଧ୍ୟ ଅଛି। ଯୌତୁକ ପାଇଁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିଲା। ଶେଷରେ କିଡ୍‌ନୀ ବିକ୍ରି କରି ଟଙ୍କା ଦେବାକୁ କହିଥିଲା ସ୍ୱାମୀ ।

ପରେ ଜୋରଜବରଦସ୍ତ କିଡ୍‌ନୀ ବିକ୍ରି କରି ଟଙ୍କା ଆତ୍ମସାତ କରିଥିଲା । ଏନେଇ ମାଲକାନଗିରି ଥାନାରେ ଏତଲା ଦେଇଥିଲେ ପତ୍ନୀ । ପୋଲିସ ପ୍ରଶାନ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.