ଜସ୍ମିନ୍‌ ଭାସିନ୍‌ଙ୍କୁ ବର୍ଷାରେ ଭିଜୁଥିବାର ଦେଖି ରୋମାଣ୍ଟିକ୍‌ ହେଲେ ଅଲି ଗୋନି; ହଟ୍‌ ଭିଡିଓ ହେଉଛି ଭାଇରାଲ

ଅଲି ଗୋନି ଓ ଜସ୍ମିନ୍ ଭାସିନ୍‌ଙ୍କ ଯୋଡ଼ିକୁ ଫ୍ୟାନମାନେ ବେଶ୍‌ ପସନ୍ଦ କରନ୍ତି। ଦୁହିଁଙ୍କ ପ୍ରେମ କାହାକୁ ବା ଅଛପା। ଦୁଇ ଜଣ ‘ବିଗ୍ ବସ୍ ୧୪’ରେ ପରସ୍ପରର ବନ୍ଧୁ ହୋଇଥିଲେ ଏବଂ ଶୋ’ରେ ହିଁ ଅଲି ସମସ୍ତଙ୍କ ସାମ୍ନାରେ ଜସ୍ମିନଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିଲେ। ତେବେ ନିକଟ ଅତୀତରେ ସେମାନଙ୍କ ବ୍ରେକଅପ୍ ଖବର ପ୍ରଶଂସକମାନଙ୍କ ହୃଦୟ ଭାଙ୍ଗି ଦେଇଥିଲା। କିନ୍ତୁ ଏବେ ସେମାନଙ୍କର ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଏହି ଖବରକୁ ମିଥ୍ୟା ବୋଲି ପ୍ରମାଣିତ କରିଛି। କାରଣ, ଉଭୟ ନୂଆ ମ୍ୟୁଜିକ୍ ଭିଡିଓ ‘ସଜାଉଙ୍ଗା ଲୁଟ୍‌ କର୍‌ ଭି’ରେ ଖୁବ୍‌ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି।

ଏହି ଲାଟେଷ୍ଟ୍‍ ମ୍ୟୁଜିକ୍ ଭିଡିଓରେ ଅଲି ଗୋନି ଓ ଜସ୍ମିନ୍ ଭାସିନ୍ ଏକ ହଟ୍‌ ଅନ୍ଦାଜରେ ଦେଖିବାକୁ ମିଳିଛନ୍ତି। ଭିଡିଓରେ ଦମ୍ପତିଙ୍କ ରୋମାଣ୍ଟିକ୍ କେମିଷ୍ଟ୍ରି ବହୁତ ଜବରଦସ୍ତ ରହିଛି। ଜସ୍ମିନ୍ ଭାସିନ୍ ଶାଢି ପିନ୍ଧି ବର୍ଷାରେ ଭିଜୁଥିବା ବେଳେ ଶ୍ରୀଦେବୀଙ୍କ ଠାରୁ କୌଣସି ଭାବରେ କମ୍ ଲାଗୁ ନାହାନ୍ତି। ଉଭୟଙ୍କ ଯୋଡ଼ି ମଧ୍ୟ ଲୋକଙ୍କ ହୃଦୟ ଜିତୁଛି।

ଅଲିଙ୍କ କହିବା ମୁତାବକ, ଜସ୍ମିନଙ୍କ ସହ ଶୁଟିଂ କରିବାର ସବୁଠାରୁ ଭଲ କଥା ହେଲା, ଦୁହିଁଙ୍କର ଜବରଦସ୍ତ କେମିଷ୍ଟ୍ରି ରହିଛି। ଅଲି କହିଛନ୍ତି, ‘ସେ ଜଣେ ଭଲ ଅଭିନେତ୍ରୀ ଏବଂ ଆମ କେମିଷ୍ଟ୍ରି କ୍ୟାମେରାରେ ଦେଖା ଯାଉଛି। ଏହା ଆମର ଚତୁର୍ଥ ଗୀତ। ଆମର ପୂର୍ବରୁ ତିନି ଗୀତ ଥିଲା, ‘୨ ଫୋନ୍’, ‘ତୁ ଭି ସତାୟା ଜାଏଗା’ ଏବଂ ‘ତେରା ସୁଟ୍’। ଖୁସିର କଥା, ଏ ସବୁକୁ ଭଲ ରିଭ୍ୟୁ ମିଳିଛି’।

ଅଲି ଗୋନି କହିଛନ୍ତି, ‘କେମିଷ୍ଟ୍ରି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ, ଯାହା କ୍ୟାମେରାରେ ଦେଖା ଯାଇଥାଏ। ଆମକୁ ଏକାଠି ସୁଟିଂ କରିବାରେ ବହୁତ ମଜା ଆସିଲା’। କହି ରଖୁଛୁ, ‘ସଜାଉଙ୍ଗା ଲୁଟ୍‌ କର ଭି’କୁ ଗଣେଶ ଆଚାର୍ଯ୍ୟ କୋରିଓଗ୍ରାଫି କରିଥିବା ବେଳେ ଏହାକୁ ଶାନ ଓ ନିତି ମୋହନ ଗାଇଛନ୍ତି। ଏହି ଗୀତ ଅଲି ଓ ଜସ୍ମିନଙ୍କ ମଧ୍ୟରେ ରୋମାଣ୍ଟିକ ମୁହୂର୍ତ୍ତକୁ କଏଦ କରିଛି। ଏହା ୧୯୭୩ ମସିହାର ଫିଲ୍ମ ‘ୟାଦୋଁ କି ବାରାତ୍‌’ର ପୁରୁଣା ଟ୍ରାକ୍‌ ‘ଚୁରା ଲିୟା ହୈ ତୁମ୍‌ନେ’ର ରିମେକ୍‌, ଯାହାକୁ ଆରଡି ବର୍ମନ ମ୍ୟୁଜିକ୍‌ ଦେଇଥିଲେ।

କହି ରଖୁଛୁ, କିଛି ମାସ ତଳେ ଫ୍ୟାନ୍‌ଙ୍କୁ ସରପ୍ରାଇଜ୍‌ ଦେଇ ଅଲି ଗୋନି ଏକ ଭିଡିଓ ସେୟାର କରିଥିଲେ। ଏଥିରେ ସେ କହିଥିଲେ, ସେ ଖୁବ୍‌ ଶୀଘ୍ର ଜସ୍ମିନ୍‌ ଭାସିନ୍‌ଙ୍କୁ ବିବାହ କରିବେ। ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିଜ୍‌ରେ ଅପ୍‌ଲୋଡ୍‌ ହୋଇଥିବା ଏକ ଭିଡିଓରେ ଅଲି କହିଥିଲେ, ‘ଶେଷରେ କଥା ପକ୍କା ହୋଇଗଲା’। ସେ କହିଥିଲେ କି, ‘ଜସ୍ମିନ୍‌ ଓ ମୁଁ ଆମ ଅଭିଭାବକଙ୍କୁ ଏ ନେଇ କହିଥିଲୁ ଏବଂ ଏବେ ଆମେ ବହୁତ ଖୁସି ଅଛୁ। କେବଳ ବାହାଘର କାର୍ଡ ଛପାଇବା ବାକି ଅଛି। କିନ୍ତୁ ଆମେ ଚିନ୍ତା କରିଛୁ ଯେ ଆମେ ସମସ୍ତଙ୍କୁ ଡିଜିଟାଲ ବିବାହ ପାଇଁ ନିମନ୍ତ୍ରଣ କରିବୁ’।

video courtesy: Saregama Music

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.