କେନ୍ଦୁଝର : ବାଇକ୍‌କୁ ପିଟିଲା ୧୪ ଚକିଆ ଟ୍ରକ୍‌, ଦମ୍ପତି ମୃତ

କେନ୍ଦୁଝର(କେନ୍ୟୁଜ୍‌) : କେନ୍ଦୁଝର ଝୁମ୍ପୁରା ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ଅର୍ଷଳା ନିକଟରେ ଆଜି ଏକ ବାଇକ୍‌କୁ ୧୪ ଚକିଆ ଟ୍ରକ୍‌ ଧକ୍କା ଦେବାରୁ ଏଥିରେ ଯାଉଥିବା ଦମ୍ପତିଙ୍କ ମୃତ୍ୟୁ ଘଟିଛି । ଟ୍ରକ୍‌ଟି ଦୁର୍ଘଟଣା ଘଟାଇବା ପରେ ଫେରାର ହୋଇଯାଇଛି ।

ମୃତକ  ଦମ୍ପତି  ହେଲେ ଘଟଗାଁ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଚିନାମଳିପାସି ପଞ୍ଚାୟତ କେଟାଙ୍ଗ ଗାଁର ଚନ୍ଦ୍ର ଗିରୀଙ୍କ ପୁଅ ତାପସ ଗିରି ଓ ତାଙ୍କ ପତ୍ନୀ କୁମୁଦିନୀ ଗିରି । ସେ ଯୋଡ଼ାର ଏକ କାରଖାନାରେ ୩ ବର୍ଷ ହେବ କାମ କରୁଥିଲେ । ୨ ବର୍ଷ ତଳେ ବଡ଼ବିଲ୍ ରେ ଜଣେ ଶିକ୍ଷୟତ୍ରୀଙ୍କୁ ବିବାହ କରିଥିଲେ । ସେମାନେ ଆଜି ନିଜ ବାଇକରେ କର୍ମସ୍ଥଳୀକୁ ଯାଉଥିବା ବେଳେ ଏକ ୧୪ ଚକିଆ ଟ୍ରକ ଧକ୍କା ଦେଇ ଚାଲି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି ।

ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହ ମୃତ ଦେହକୁ ଛାଡି ଦେଇନଥିବା ଜଣାଯାଇଛି । ଏଥିପାଇଁ ବିହିତ ପଦକ୍ଷେପ ନ ନେବା ପର୍ଯ୍ୟନ୍ତ କିଛି ହୋଇପାରିବ ନାହିଁ ବୋଲି ସ୍ଥାନୀୟ ଲୋକେ ଅଡ଼ି ବସିଛନ୍ତି । ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଗାଡିକୁ ଧରାଯିବା ସହ ଆବଶ୍ୟକୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଲୋକେ ଦାବି କରିଛନ୍ତି । ଝୁମ୍ପୁରା ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.