କାରରାଗାରରେ ରହିବା ଭିତରେ ୨୪ ଥର ବାହାରକୁ ଆସିଛି ହାଇଦର, ଜେଲ୍‌ ଓ୍ଵାର୍ଡର ଶିବନାରାୟଣଙ୍କ ସହ ଥିଲା ଭଲ ସମ୍ପର୍କ 

କଟକ : କଟକ ବଡ ମେଡିକାଲରୁ କେମିତି ଚମ୍ପଟ ମାରିଥିଲା ଗ୍ୟାଙ୍ଗଷ୍ଟାର ହାଇଦର ? ପୂର୍ବରୁ କିପରି କରିଥିଲା ଯୋଜନା ? ହାଇଦରକୁ ଖସାଇବାକୁ କିଏ କିଏ ସହଯୋଗ କରିଥିଲେ । ତଦନ୍ତ ପରେ ଘଟଣାର ପର୍ଦ୍ଦାଫାସ୍‌ କରିଛି କମିଶନରେଟ ପୋଲିସ। । ୨୦୧୮ରେ ସମ୍ବଲପୁର କାରାଗାରକୁ ଆସିବା ପରଠାରୁ ମୋଟ ୨୪ଥର ବାହାରକୁ ବାହାରିଥିଲା ହାଇଦର । ପ୍ରତ୍ୟେକ ଥର ବାହାନା ଥିଲା ରୋଗ ।

ସମ୍ବଲପୁର ସର୍କଲ ଜେଲରେ ହାଇଦର ୩ ବର୍ଷ ରହିବା ଭିତରେ ଜେଲ୍‌ ଓ୍ଵାର୍ଡର ଶିବନାରାୟଣ ନନ୍ଦଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା। ମାର୍ଚ୍ଚ ୨୩ରେ ସମ୍ବଲପୁରରୁ କଟକ ଯିବା ରାସ୍ତାରେ ଶିବନାରୟରଣ ତାଙ୍କ ଫୋନ ହାଇଦରକୁ ଦେଇଥିଲେ । ଫଳରେ ହାଇଦର ସମ୍ପର୍କୀୟଙ୍କ ସହ ବାରମ୍ବାର କଥା ହୋଇପାରୁଥିଲା।

ଡାକ୍ତରଖାନାରେ ରହିବା ସମୟରେ ଫୋନରେ ଅନେକ ଲୋକଙ୍କ ସହ କଥା ହୋଇ ଚମ୍ପଟ ମାରିବାକୁ ଯୋଜନା କରୁଥିଲା ବୋଲି ତଦନ୍ତ ପରେ ଜଣାପଡିଛି । ଏଥିପାଇଁ ଶିବନାରାୟଣଙ୍କୁ ହାଇଦର କଟକରେ ଏକ ହୋଟେଲରେ ରଖିବା ସହ ଖର୍ଚ୍ଚ ମଧ୍ୟ ବହନ କରୁଥିଲା। ହାଇଦରକୁ ସହଯୋଗ କରୁଥିବା ଶିବନାରାୟଣଙ୍କୁ ଗିରଫ ପରେ ଚାକିରିରୁ ନିଲମ୍ବନ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.