Below header

ବ୍ରହ୍ମପୁରରୁ ଆନ୍ଧ୍ରକୁ ରୁପା ଇଟା ଚାଲାଣ ବେଳେ ପୋଲିସ୍ ଦ୍ୱାରା ୩ଜଣ ଗିରଫ, ୨୦ ଲକ୍ଷ ଟଙ୍କାର ରୁପା ଜବତ

ବ୍ରହ୍ମପୁର: ବ୍ରହ୍ମପୁରରୁ ଆନ୍ଧ୍ରକୁ ରୁପା ଚାଲାଣ ବେଳେ ପୋଲିସ୍ ହାତରେ ଧରା ପଡ଼ିଛନ୍ତି ଚାଲାଣକାରୀ। ଓଡ଼ିଶା ପୋଲିସ ଠାରୁ ଖସି ଯାଇଥିବା ବେଳେ ଇଚ୍ଛାପୁରରେ ଆନ୍ଧ୍ର ପୋଲିସ ଦ୍ବାରା ଗିରଫ ହୋଇଛନ୍ତି ତିନି ଜଣ ଅଭିଯୁକ୍ତି । ଏହି ତିନି ଜଣ ଅଭିଯୁକ୍ତଙ୍କ ଠାରୁ ଇଚ୍ଛାପୁର ପୋଲିସ୍ ୬୧ କେଜିର ରୁପା ଇଟା ଜବତ କରିଛି । ଗତକାଲି ବିଳମ୍ବିତ ରାତିରେ ଇଚ୍ଛାପୁର ଟାଉନ୍‌ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁରମ୍‌ ଚେକ୍‌ପୋଷ୍ଟରେ ଗାଡ଼ି ଯାଞ୍ଚ ଚାଲିଥିଲା ।ଏହି ସମୟରେ ଓଡ଼ିଶାରୁ ଯାଇଥିବା ଏକ କାର୍‌କୁ ଅଟକାଇ ଥିଲା ପୋଲିସ୍ ।

ଗାଡ଼ି ଯାଞ୍ଚ ପରେ ଡ଼ିକିରୁ ୬୧କେଜି ରୁପା ଇଟା ଜବତ ହୋଇଥିଲା । ଗାଡ଼ିରେ ବସିଥିବା ଅଭିଯୁକ୍ତ ମାନେ ରୁପା ଇଟାର କୌଣସି କାଗଜପତ୍ର କି ବିଲ୍ ପୋଲିସକୁ ଦେଖାଇ ପାରିନଥିଲେ । ଯାହାଫଳରେ ସନ୍ଦେହ ଜାତ ହେବା ସହିତ ଅଧିକ ଜେରା କରିବା ପରେ ସେହି ତିନି ଜଣ ଯୁବକ ବ୍ରହ୍ମପୁରରୁ ଆନ୍ଧ୍ରକୁ ଚାଲାଣ କରାଯାଉଥିବା ପୋଲିସକୁ କହିଥିଲେ ।

ଜବତ ରୁପା ଇଟାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏନେଇ ମଛଲିପଟନମ୍‌ର ପି.ସୁରୀ ବାବୁ, ଇଜାଦ୍‌ ଗୋବିନ୍ଦା ଏବଂ କାର୍‌ ଡ଼୍ରାଇଭର୍‌ ବି. ନରସିଂହମୁଲୁକୁ ଗିରଫ କରିଛି ଇଚ୍ଛାପୁର ପୋଲିସ । ଏନେଇ ଅଧିକା ତଦନ୍ତ ଜାରି ରଖିଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.