Below header

ଏହି ୧୪ଟି ପ୍ରମାଣ ପତ୍ର ଦେଖାଇ ଭୋଟ ଦେଇପାରିବେ ଭୋଟର , ଜାଣନ୍ତୁ କ’ଣ କ’ଣ ?

ଭୁବନେଶ୍ୱର (କେନ୍ୟୁଜ): ଭୋଟରମାନେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦିଆଯାଇଥିବା ଭୋଟ ପରିଚୟପତ୍ର ଦେଖାଇ ଭୋଟ ଦେଇପାରିବେ। ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ପରିଚୟପତ୍ର ନଥାଏ ସେ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଅନୁମୋଦିତ ୧୩ଟି ଦସ୍ତାବିଜ ମଧ୍ୟରୁ ଯେ କୌଣସି ଗୋଟିଏ ଦସ୍ତାବିଜ ଦେଖାଇ ଭୋଟ୍‌ ଦେଇପାରିବେ। ସେହି ପରିଚୟପତ୍ର ମଧ୍ୟ ପରିବାରର ଅନ୍ୟ ସଦସ୍ୟମାନେ ବ୍ୟବହାର କରିପାରିବେ।

କେଉଁ ପରିଚୟ ପତ୍ର ଥିଲେ ଆପଣ ଭୋଟ୍‌ ଦେଇପାରିବେ। ଆଧାରକାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ବିଭିନ୍ନ ସରକାରୀ ସଂସ୍ଥାରେ ଦିଆଯାଇଥିବା ପରିଚୟପତ୍ର, ପୋଷ୍ଟ ଅଫିସର ଫଟୋ ଲଗା ପାସବୁକ୍‌, ଏମଏନଆରଇଜିଏ ଜବ କାର୍ଡ, ଫଟୋ ଥିବା ପେନସନ ଦସ୍ତାବିଜ୍‌, ସାଂସଦ ଓ ବିଧାୟକଙ୍କୁ ମିଳିଥିବା ସରକାରୀ ପରିଚୟପତ୍ର, ଭିନ୍ନକ୍ଷମ ସାର୍ଟିଫିକେଟ, ସ୍ୱାଧୀନତା ସଂଗ୍ରାମୀ ପରିଚୟପତ୍ର ଦେଖାଇ ମତଦାନ କରିପାରିବେ । ଏହା ବାଦ୍‌ ଅନ୍ୟ କୌଣସି ପ୍ରମାଣପତ୍ରରେ ପ୍ରିଜାଇଡିଂ ଅଫିସର ସନ୍ତୁଷ୍ଟ ପ୍ରକାଶ କଲେ ସେ ଭୋଟ୍‌ ପାଇଁ ଅନୁମତି ଦେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.