Below header

ଭୁବନେଶ୍ୱରରେ ଗୋଟେ ମାସରେ ୨୫୦୦ ବିବାହ ରେକର୍ଡ, ଆଗକୁ ରହିଛି ଲମ୍ବା ଲିଷ୍ଟ

ଗତ ତିନି ସପ୍ତାହ ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ କେବଳ ୨,୦୦୦ ରୁ ଅଧିକ ବିବାହ ଆୟୋଜନ କରାଯାଇଥିଲା ଏବଂ ଗତ ସାତ ଦିନ ମଧ୍ୟରେ ୬୦୦ ରୁ ଅଧିକ ବିବାହ ହୋଇଥିବା ଜଣାପଡିଛି। ଗତ ଦୁଇ ବର୍ଷରେ ଅଟକି ରହିଥିବା ବିବାହ ଓ ଚଳିତ ବର୍ଷ ମାସ ଆରମ୍ଭରୁ ହୋଇଥିବା ବିବାହକୁ ମିଶାଗଲେ
ମ୍ୟାରେଜ୍ ବିଜନେସ ହଠାତ୍ ଦ୍ରୁତ ଗତିରେ ବଢ଼ିଥିବା ଦେଖାଯାଇଛି।

marriage
Picture Credit-Weddingfire.in

ଏହାପରେ ଆଗକୁ ମଧ୍ୟ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଶୁଭ ମୁହୂର୍ତ୍ତ ଥିବା ହେତୁ ଅନେକ ବିବାହ କାର୍ଯ୍ୟକ୍ରମ ହେବାରେ ଅଛି। WHO ବର୍ତ୍ତମାନ ସୁଦ୍ଧା ଚେତାବନୀ ଦେଇଛି ଯେ କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ୍ ଠାରୁ ମଧ୍ୟ ମାରାତ୍ମକ ହେବାରେ ଅଛି। ଆଗକୁ ହୁଏତ ଅଧିକ ଅସୁବିଧା ହୋଇପାରେ ତେଣୁ ଏପରି ଭାବେ ଅଧିକ ମାତ୍ରାରେ ବିବାହ ହୋଇଥିବା ଏକ ରିପୋର୍ଟରୁ ପ୍ରକାଶ ପାଇଛି । ଏଥିପାଇଁ ମଣ୍ଡପ ଗୁଡିକ ମଧ୍ୟ ସଚେତନତା ଅବଲମ୍ବନ କରୁଛନ୍ତି , ଖାସ କରି କଲ୍ୟାଣୀ ମଣ୍ଡପ ଅଧିକ କୋଭିଡ ଗାଇଡଲାଇନ ମାନୁଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.