Below header

IFS ଅଭୟକାନ୍ତ ପାଠକ ଓ ପୁଅ ଗିରଫ ଘଟଣା: ବାପ ପୁଅଙ୍କୁ ମିଳିଲା ଜାମିନ କିନ୍ତୁ ଜେଲରୁ ବାହାରି ପାରିବେନି, ଜାଣନ୍ତୁ କାହିଁକି

କେନ୍ୟୁଜ୍(ବ୍ୟୁରୋ):  ବହୁ ଚର୍ଚ୍ଚିତ IFS ଅଭୟକାନ୍ତ ପାଠକ ଓ ପୁଅ ଗିରଫ ଘଟଣା, ବାପ ପୁଅଙ୍କୁ ଜାମିନ ମଞ୍ଜୁର କଲେ ଭିଜିଲାନ୍ସ କୋର୍ଟ। ୬୦ ଦିନ ଭିତରେ ରେଡ଼ କରି ଚାର୍ଜସିଟି ଦେଇ ନପାରିବାରୁ କୋର୍ଟ ଦେଲେ ଜାମିନ। ବାପା ପୁଅ ଜାମିନ ପାଇଥିଲେ ମଧ୍ୟ ଏବେ ଜେଲରୁ ମୁକୁଳି ପାରିବେନି ବାପ ପୁଅ । କାରଣ ଭିଜିଲାନ୍ସ କେସରୁ ଜାମିନ ମିଳିଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ କେସରୁ ଏପର୍ଯ୍ୟନ୍ତ ଜାମିନ ମିଳିନାହିଁ ।

ସର୍ତ୍ତମୂଳକ ଭାବେ ଦୁଇ ଲକ୍ଷ ଟଙ୍କା ସହ ଦୁଇଜଣ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର କଲେ ଭୁବନେଶ୍ବରର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ତେବେ କ୍ରାଇମବ୍ରାଞ୍ଚରେ ମାମଲା ଥିବାରୁ ଏବେ ଜେଲରୁ ମୁକୁଳି ପାରିବେ ନାହିଁ ପାଠକ ବାପ ପୁଅ । ଉଭୟଙ୍କୁ ଜାମିନ ମିଳିବା ନେଇ ଅଭୟଙ୍କ ଓକିଲ ଅରୂପ ଚାନ୍ଦଙ୍କ ତରଫରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.