ଗଣତନ୍ତ୍ର ଦିବସରେ ସ୍ୱାଧୀନତା ଦିବସର ଶୁଭେଚ୍ଛା, ଜବରଦସ୍ତ ଟ୍ରୋଲ ହେଲେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଗଣତନ୍ତ୍ର ଦିବସ ଅବସରରେ ଏକ ଟ୍ଵିଟ କରିଥିଲେ, ଯାହାକୁ ନେଇ ସେ ଟ୍ରୋଲର ଶିକାର ହୋଇଛନ୍ତି। ଖବରରୁ ଜଣାପଡ଼ିଛି, ଶିଳ୍ପା ତାଙ୍କ ଫ୍ୟାନ୍‌ମାନଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ବଦଳରେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇ ଦେଇଥିଲେ।

ଏହି ଟ୍ଵିଟ୍‌ କରିବାର ତୁରନ୍ତ ପରେ ଫ୍ୟାନ୍‌ମାନେ ତାଙ୍କ ଭୁଲ୍‌କୁ ଧରି ନେଇଥିଲେ ଏବଂ ଜବରଦସ୍ତ ଟ୍ରୋଲ କରିବାକୁ ଲାଗିଲେ। ଆଉ ଏହାପରେ ଶିଳ୍ପା ସଙ୍ଗେ ସଙ୍ଗେ ନିଜ ଟ୍ଵିଟ୍‌କୁ ଡିଲେଟ୍‌ କରିଦେଇଥିଲେ ଏବଂ ଏକ ନୂଆ ଟ୍ଵିଟ୍‌ କରି ଫ୍ୟାନ୍‌ମାନଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଥିଲେ। ହେଲେ ସେତେବେଳକୁ ତାଙ୍କ ପୁରୁଣା ଟ୍ଵିଟ୍‌ ଖୁବ୍‌ ଭାଇରାଲ ହୋଇସାରିଥିଲା। ଫ୍ୟାନ୍‌ମାନେ ଏହାର ସ୍କ୍ରିନ୍‌ଶଟ୍‌ ନେଇ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ।

ଶିଳ୍ପୀ ତାଙ୍କ ନୂଆ ଟ୍ଵିଟ୍‌ରେ ଲେଖିଛନ୍ତି, ‘୭୨ତମ ଗଣତନ୍ତ୍ର ଦିବସର ଢେର୍‌ ସାରା ଶୁଭକାମନା। ସମସ୍ତ ଭାରତୀୟଙ୍କୁ ରିପବ୍ଲିକ୍‌ ଡେ’ର ଶୁଭକାମନା। ଆଜି ଆମେ ସବୁ ଅଧିକାର ଏବଂ କର୍ତ୍ତବ୍ୟକୁ ବଜାୟ ରଖିବାର ପ୍ରତିଜ୍ଞା କରିବା, ଯାହା ଆମ ସମ୍ବିଧାନରେ ଦିଆଯାଇଛି। ଜୟ ହିନ୍ଦ୍‌’। ଏହାସହିତ ଶିଳ୍ପା ନିଜର ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି, ଯେଉଁଥିରେ ସେ ହାତ ଯୋଡ଼ି ଛିଡ଼ା ହୋଇଥିବାର ନଜର ଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.