ପାଖରେ ଗୋଟିଏରୁ ଅଧିକ କ୍ରେଡିଟ୍‌ କାର୍ଡ ରଖିଛନ୍ତି କି, ତେବେ କ୍ଷତି ସହିବାକୁ ହୋଇଯାନ୍ତୁ ପ୍ରସ୍ତୁତ୍‌

କ୍ରେଡିଟ୍‌ କାର୍ଡ ବ୍ୟବହାର ପ୍ରଚଳନ ବଢ଼ିଯାଇଛି। ଆଜିକାଲି ଅଧିକାଂଶ ଲୋକ ଏହାର ବ୍ୟବହାର କରୁଛନ୍ତି। ବ୍ୟାଙ୍କ ବି ଏବେ ଅଧିକରୁ ଅଧିକ ଲୋକଙ୍କୁ କ୍ରେଡିଟ୍‌ କାର୍ଡ ଦେବା ପାଇଁ ଚେଷ୍ଟା କରୁଛନ୍ତି। ପ୍ରାୟତଃ ସପିଂ ମଲରେ ଆପଣଙ୍କୁ କୌଣସି ବ୍ୟାଙ୍କର ଏଜେଣ୍ଟ, କ୍ରେଡିଟ୍‌ କାର୍ଡ ଅଫର କରିଥାନ୍ତି। ଅନଲାଇନ୍‌ ଜରିଆରେ ବି ଆପଣଙ୍କୁ ବିଭିନ୍ନ ପ୍ରକାର ଅଫା ଦିଆଯାଇଥାଏ। ଅନେକ ଲୋକ ତ ଏବେ ଏକରୁ ଅଧିକ କ୍ରେଡିଟ୍‌ କାର୍ଡ ରଖିବାକୁ ଲାଗିଲେଣି। କିନ୍ତୁ ଆପଣ କେବେ ଭାବିଛନ୍ତି ଏପରି କଲେ ଆପଣଙ୍କୁ କୌଣସି ଫାଇଦା ହେବନାହିଁ ବରଂ କ୍ଷତି ସହିବାକୁ ପଡିବ। ଆଜି ଆମେ ଆପଣଙ୍କୁ ଏହି ପାଠ୍ୟକ୍ରମରେ ଜଣାଇବୁ ଏକରୁ ଅଧିକ କ୍ରେଡିଟ୍‌ କାର୍ଡ ରଖିବା ଦ୍ୱାରା କଣ କଣ କ୍ଷତି ହୋଇପାରେ।

କ୍ଷତି

  1. ଆପଣ ଇଏମଆଇ ଜାଲରେ ଫସି ପାରନ୍ତି, କାହିଁକିନା ଅଧିକ କ୍ରେଡିଟ୍‌ କାର୍ଡ ରଖିବା ଦ୍ୱାରା ଆପଣ ଅଧିକ ସପିଂ କରିବେ ଏହା ସୁନିଶ୍ଚିତ। ଇଏମଆଇ କରିବା ସମୟରେ ଏହା ଲାଗିଥାଏ ଯେ ଏହାକୁ ସହଜରେ ସୁଝିଦେବେ। କିନ୍ତୁ ଏମିତି ହୋଇନଥାଏ। ଅଧିକ କ୍ରେଡିଟ୍‌ କାର୍ଡ ହେବା ଦ୍ୱାରା ଆପଣଙ୍କ ଉପରେ ଅଧିକ ଇଏମଆଇ ଭାର ରହିପାରେ।
  2. ଯଦି ଆପଣଙ୍କ ପାଖରେ ଅଧିକ କ୍ରେଡିଟ କାର୍ଡ ରହିଛି, ତାହେଲେ ଆପଣ ଅଧିକ ସପିଂ କରିବେ ଯାହାଦ୍ୱାରା ଆପଣଙ୍କ ଋଣ ଅଧିକ ବଢ଼ିଯାଇପାରେ। କ୍ରେଡିଟ୍‌ କାର୍ଡରେ ଖର୍ଚ୍ଚ କରିବା ମଧ୍ୟ ଗୋଟେ ପ୍ରକାର ଋଣ ହୋଇଥାଏ।
  3. ଆପଣଙ୍କ କ୍ରେଡିଟ କାର୍ଡରେ ଯଦି ଆନୁଆଲ୍‌ ଫିସ୍‌ ଲାଗିଥାଏ ତାହେଲେ ଆପଣଙ୍କୁ ପ୍ରତି ବର୍ଷ ଏକ ବଡ ଆମାଉଣ୍ଟ ଭରିବାକୁ ପଡିବ।

ଯଦିଓ ଏହାର କିଛି ଫାଇଦା ବି ରହିଛି

ଏକରୁ ଅଧିକ କ୍ରେଡିଟ କାର୍ଡ ରଖିବାର ଫାଇଦା ବି ରହିଛି। ଯେତେବେଳେ ଆପଣ ଆର୍ଥିକ ସଂକଟରେ କ୍ରେଡିଟ କାର୍ଡର ବିଲ୍‌ ଭରିପାରୁନାହାଁନ୍ତି, ସେତେବେଳେ ଆପଣ ବାଲାନ୍ସ ଟ୍ରାନ୍ସଫର ସୁବିଧାର ବ୍ୟବହାର କରିପାରିବେ। ଏହି ସୁବିଧା ଅନୁଯାୟୀ ଆପଣ ଗୋଟିଏ କ୍ରେଡିଟ୍‌ କାର୍ଡର ବିଲକୁ ଅନ୍ୟ କ୍ରେଡିଟ କାର୍ଡରେ ପେମେଣ୍ଯ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.