ୟୁଟ୍ୟୁବରେ ଧମାଲ ମଚାଉଛି ୟୋ ୟୋ ହନି ସିଂହଙ୍କ ନୂଆ ଗୀତ ରିଲିଜ୍‌, ଏହି ଆକ୍ଟ୍ରେସଙ୍କ ସହିତ ଲଗାଇଲେ ଠୁମକା

ସିଙ୍ଗର ୟୋ ୟୋ ହନି ସିଂହଙ୍କ ନୂଆ ସଙ୍ଗ୍‌ ‘ସଇଁୟା ଜି’ ରିଲିଜ୍‌ ହୋଇଛି। ଏହା ଏତେ ସୁନ୍ଦର ହୋଇଛି ଯେ ୟୁଜର୍ସଙ୍କୁ ଡ୍ୟାନ୍ସ କରିବାକୁ ବାଧ୍ୟ କରିଦେଉଛି। ଏହି ଭିଡିଓରେ ହନି ସିଂହଙ୍କ ସହିତ ଆକ୍ଟ୍ରେସ୍‌ ନୁସରତ୍‌ ଭରୂଚା ନଜର ଆସୁଛନ୍ତି। ଗୀତରେ ୟୋ ୟୋଙ୍କ ସହିତ ନେହା କକ୍କର ସ୍ୱର ଦେଇଛନ୍ତି। କିନ୍ତୁ ଏହି ଗୀତର ଭିଡିଓ ୟୁଟ୍ୟୁବରେ ହଙ୍ଗାମା ମଚାଇଛି। ଗୀତକୁ ରିଲିଜ ହେବାର କିଛି ମିନିଟରେ ହିଁ ତିନି ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ଫ୍ୟାନ୍ସ ନୁସରତ୍‌ ଭରୂଚା ଏବଂ ହନି ସିଂହଙ୍କ ଯୋଡିକୁ ବହୁତ ପସନ୍ଦ କରୁଛନ୍ତି। ଟି-ସିରିଜ୍‌ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ଗୀତ ରିଲିଜ ପୂର୍ବରୁ ହିଁ ଚର୍ଚ୍ଚାରେ ଥିଲା। ଆଉ ରିଲିଜ୍‌ ପରେ ୟୁଟ୍ୟୁବରେ ହିଟ୍‌ କରିବାରେ ଟିକିଏ ବି ବିଳମ୍ବ ହେଲାନି। ନୁସରତ୍‌ ଭରୂଚାଙ୍କ ଅନ୍ଦାଜ ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଛି। ନେହାଙ୍କ ବିଷୟରେ କହିବା ତ ସେ ପୂର୍ବରୁ ହନି ସିଂହଙ୍କ ସହିତ ଗୀତ ରେକର୍ଡ କରିସାରିଛନ୍ତି।

ୟୋ ୟୋ ହନି ସିଂହ ଏହା ପୂର୍ବରୁ ‘ଫାଷ୍ଟ କିସ୍‌’ ଏବଂ ‘ଜିଙ୍ଗଲ ବେଲ’ ସଙ୍ଗ ନିକଟରେ ରିଲିଜ୍‌ ହୋଇସାରିଛି। ସେହିପରି ନୁରସରତ୍‌ ଭରୂଚାଙ୍କ ଲାଷ୍ଟ ରିଲିଜ୍‌ ଫିଲ୍ମ ‘ଛଲାଙ୍ଗ’ ବହୁତ ପପୁଲାର ହୋଇଥିଲା। ଏହି ଫିଲ୍ମରେ ନୁସରତ୍‌ ଆକ୍ଟର ରାଜକୁମାର ରାଓଙ୍କ ସହିତ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.