ସମ୍ବଲପୁର: କୋଭିଡ ପରିଚାଳନା ପାଇଁ IIM ସମ୍ବଲପୁର ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

କେନ୍ୟୁଜ୍(ବ୍ୟୁରୋ): କୋଭିଡ ପରିଚାଳନା ପାଇଁ ଆଇଆଇଏମ ସମ୍ବଲପୁର ଓ ସମ୍ବଲପୁର ଜିଲ୍ଲା ପ୍ରଶାସନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଏମଓୟୁ ଅନୁଯାୟୀ କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରଶାସନକୁ କୋଭିଡ ପରିଚାଳନାରେ ସହାୟତା ପାଇଁ ଆଇଆଇଏମ ପକ୍ଷରୁ ଦୁଇଟି ମଡେଲ ବିକଶିତ କରାଯିବ। ଏଥିପାଇଁ ଦୁଇଟି ବିଶେଷଜ୍ଞ ଟିମ ଗଠିତ ହୋଇଛି।

ପ୍ରଥମ ଟିମ୍‌ କୋଭିଡ ପରିଚାଳନାରେ ନାଗରିକଙ୍କ ଭାଗୀଦାରୀ ଦିଗରେ କାମ କରିବ। ଲୋକଙ୍କୁ ନେଇ ବୈଜ୍ଞାନିକ ଉପାୟରେ ସଂକ୍ରମଣକୁ କିପରି ରୋକାଯାଇପାରିବ ସେନେଇ କାର୍ଯ୍ୟ କରିବେ। ଦ୍ୱିତୀୟ ମଡେଲରେ ଡାକ୍ତରଖାନାଗୁଡ଼ିକରେ ସପ୍ଲାଏ ଚେନ୍‌କୁ କିଭଳି ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରାଯିବ ସେନେଇ ଉପାୟ ବିକଶିତ କରାଯିବ। ଏହା ସଠିକ ଭାବେ କାର୍ଯ୍ୟକାରୀ ହୋଇପାରିଲେ ସମ୍ବଲପୁର ଜିଲ୍ଲା ସାରା ଦେଶରେ ଏକ ମଡେଲ ଜିଲ୍ଲା ହୋଇପାରିବ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.