ଆଜି ମା’ ପାଇଁ ଦିନଟିଏ, ହଜାରେ ଭୁଲକୁ ଭୁଲି ଯିଏ ସନ୍ତାନର ମଙ୍ଗଳ କାମନା କରେ ସେ ମା’ର ଆଜି ସ୍ବତନ୍ତ୍ର ଦିନ

କେନ୍ୟୁଜ୍(ବ୍ୟୁରୋ): ମା’-ଦୁନିଆର ସବୁଠୁ ମଧୁର ଓ ସୁନ୍ଦର ଶବ୍ଦ ।  ଅୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ ଏଇ ଶବ୍ଦର ଗଭୀରତାରେ। ମା’କୋଳଠାରୁ ଆରାମଦାୟକ ଓ ନିରାପଦ ସ୍ଥାନ କେଉଁଠାରେ ମିଳିପାରିନାହିଁ । ପୃଥିବୀ ପରି ଉଦାର ଓ ଆକାଶ ଭଳି ବିଶାଳ ହୃଦୟରେ  ସନ୍ତାନ ପାଇଁ ଅମାପ ଭଲ ପାଇବା ଭରି ରଖିଥାଏ ମା’। ଛାତିର ଅମୃତ ପାନ କରାଇ ସନ୍ତାନକୁ ଦିଗବିଜୟୀ କରେ।  ମାଆର ପଣତକାନି ସବୁଠାରୁ ଶେଷ୍ଠ ଆଶ୍ରୟ ସ୍ଥଳ । ସଂସାରର ଯେତେ ଶ୍ରଦ୍ଧା- ମା’ଠୁ ଆରମ୍ଭ, ମା’ରେ ଶେଷ ।

ଶାସ୍ତ୍ର ସ୍ୱୀକାର କରିଛି- ପୁତ୍ର ପଛେ କୁପୁତ୍ର ହୋଇପାରେ, ମାତା କୁମାତା ହେବା ଅସମ୍ଭବ।  ୩୬୫ ଦିନ ତ ମା’ର, କିନ୍ତୁ ଆଜି ମା’ ପାଇଁ ସ୍ୱତନ୍ତ୍ର ଦିନଟିଏ । ଦିନ ସରିଯିବ କିନ୍ତୁ ମା  ପାଇଁ ମନରୁ ଶବ୍ଦ ସରିବ ନାହିଁ ତେଣୁ ମା’ର ସ୍ଥାନ ଏ ଦୁନିଆରେ ସ୍ବତନ୍ତ୍ର। ମାତୃ ଦିବସ ଅବସରରେ ସଂସାରର ସବୁ ମାଆମାନଙ୍କୁ କେନ୍ୟୁଜ୍ ପରିବାର ତରଫରୁ କୋଟି କୋଟି ପ୍ରଣାମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.