Below header

ଗ୍ୟାଙ୍ଗଷ୍ଟର ଟିଟୋ ନାଁରେ ଆଉ ଏକ ଅଭିଯୋଗ : ଚଳାଇଥିଲା ବେଆଇନ ମୋରମ ଓ ପଥର କାରବାର

ଯାଜପୁର : ଗ୍ୟାଙ୍ଗଷ୍ଟର ଟିଟୋ ନାଁରେ ଆଉ ଏକ ଅଭିଯୋଗ । ଯାଜପୁର ଜିଲ୍ଲାରେ ସେ ଚଳାଇଥିଲା ବେଆଇନ ମୋରମ ଓ ପଥର କାରବାର । ଦର୍ପଣୀ ତହସିଲର ଆସିଆଗଡ଼, ଅଚ୍ୟୁତବସନ୍ତ, ମଝିପଡ଼ା ଓ ମାଣ୍ଡୁକା ଭିଳି ବିଭିନ୍ନ ପହାଡ଼ରୁ ଟିଟୋ ଏହି କାରବାର ଚଳାଇଥିଲା । ସେହିପରି ଟିଟୋ ଜଙ୍ଗଲରୁ ବହୁ ମୂଲ୍ୟବାନ ଗଛ କାଟି ବିକ୍ରି କରୁଥିବା ଅଭିଯୋଗ ଆସିଛି । ଏନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ଟିଟୋ ଗିରଫ ପରେ ଯାଜପୁରର ବିଭିନ୍ନ ଅଞ୍ଚଳରେ କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ଖୋଳତାଡ଼ ଆରମ୍ଭ କରିଛି । ଟିଟୋର ଦୁଇଟି ହାଇଓ୍ଵା ଗାଡ଼ି ଜବତ ହୋଇଥିଲା ବେଳେ ଦର୍ପଣୀ ତହସିଲ ଅଫିସ୍‌ ଓ ଚଣ୍ଡିଖୋଲ ଆର୍‌ଟିଓ ଅଫିସ୍‌ରେ ଭିଜିଲାନ୍‌ସ ଚଢ଼ଉ କରିଥିଲା । ସେପଟେ କେନ୍ଦ୍ରାପଡ଼ା ଟାଉନ୍‌ ଥାନା ଟିଟୋକୁ ୨ଦିନ ପାଇଁ ରିମାଣ୍ଡରେ ନେଇ ତଦନ୍ତ କରୁଛି ।

ଟିଟୋ ଲିଙ୍କ୍‌ରେ ଏବେ ସୁଦ୍ଧା ୧୬ ଜଣଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ଗିରଫ କରିଛି । ତେବେ ଟିଟୋର ସବୁ ବ୍ୟାବସାୟିକ ଅନୁଷ୍ଠାନ ବୁଝୁସୁଝା କରୁଥିବା ୬ ଭାଇଙ୍କ ଟେର୍‌ ମିଳିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.